ଗାଜିଆବାଦ, 26 ଅକ୍ଟୋବର (ହି.ସ.)- ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଦେଶ ଆଜି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟନ୍ତ ଦ୍ରୁତ ଗତିରେ
ଅଗ୍ରଗତି କରୁଛି ଏବଂ ଏଥିରେ ସରକାରଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଯେ, ଲୋକମାନଙ୍କୁ ରୋଗରୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଉତ୍କୃଷ୍ଟ ଚିକିତ୍ସା
ସୁବିଧା ଯୋଗାଇବା ସରକାରର ପ୍ରଥମ ପ୍ରାଥମିକତା ଅଟେ। ସରକାର ଏହି ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ
ନିରନ୍ତର ଭାବରେ ଉନ୍ନତ କରୁଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ
ମୁର୍ମୁ ରବିବାର ଗାଜିଆବାଦର ଇନ୍ଦିରାପୁରମ୍ରେ ଅବସ୍ଥିତ ଆଧୁନିକ ସୁବିଧାସମ୍ପନ୍ନ 1200 ବେଡ୍ର
ଯଶୋଦା ମେଡିସିଟି ହସ୍ପିଟାଲ ର ଉଦ୍ଘାଟନ କରିଛନ୍ତି । ସେ ସେଠାରେ ପହଞ୍ଚିବା ସମୟରେ
କେନ୍ଦ୍ରୀୟ ରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ
ବ୍ରଜେଶ ପାଠକ ତାଙ୍କୁ ସ୍ଵାଗତ କରିଥିଲେ।
ଏହି ଅବସରରେ ରାଷ୍ଟ୍ରପତି
ମୁର୍ମୁ କହିଛନ୍ତି ଯେ, ମୋତେ ଜାଣି ଖୁସି ହେଲା ଯେ ଯଶୋଦା ହସ୍ପିଟାଲ କୋଭିଡ୍ ସମୟରେ ବିପୁଳ ସଂଖ୍ୟକ ଲୋକଙ୍କୁ
ସେବା ଦେଇଥିଲା ଏବଂ ଅନେକ ଜୀବନକୁ ରକ୍ଷା କରିଥିଲା। ସେ କହିଛନ୍ତି ଯେ, ମୋ ଜୀବନରେ ପ୍ରଥମେ ଏପରି ଏକ ଆଧୁନିକ ସ୍ୱାସ୍ଥ୍ୟ ସଂସ୍ଥା ଦେଖୁଛି, ଯେଉଁଠି ଗୋଟିଏ ଛାତ ତଳେ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବା ମିଳୁଛି।
ରାଷ୍ଟ୍ରପତି ମୁର୍ମୁ
ପୁନରୁକ୍ତ କରିଥିଲେ ଯେ, ଦେଶ ଆଜି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦ୍ରୁତ ଗତିରେ ପ୍ରଗତି କରୁଛି ଏବଂ ଏଥିରେ
ସରକାରଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ ଯେ, ଲୋକମାନଙ୍କୁ ରୋଗରୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଭଲ ଚିକିତ୍ସା
ସୁବିଧା ଦେବା ସରକାରର ପ୍ରାଥମିକ କାର୍ଯ୍ୟ, ଏବଂ ସରକାର ଏହି ପାଇଁ ସ୍ୱାସ୍ଥ୍ୟ ଅବସ୍ଥାପନାକୁ ନିରନ୍ତର ଭାବରେ
ଉନ୍ନତ କରୁଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
