ଖୋର୍ଦ୍ଧ, ୨୫ ଅକ୍ଟୋବର (ହି.ସ.)- ସ୍ଥାନୀୟ ଜୟୀରାଜଗୁରୁ ଟାଉନ୍ ହଲ୍ ପରିସରରେ ଜିଲ୍ଲା ପୋଲିସ ପ୍ରଶାସନ ଆନୁକୁଲ୍ୟରେ ଏସପି ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ଅଭିଯାନ, ଓଡ଼ିଶା -୨୦୨୫ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଆମ୍ରିତ୍ ଋତୁରାଜ ଯୋଗଦେଇ ଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ଅଭିଯାନର ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିବାସହ ଅଭିଯାନର ଉଦଘୋଷଣା କରି ସାଇବର ସୁରକ୍ଷା ଅଭିଯାନ ଶପଥ ପାଠ କରାଇଥିଲେ l ନିଜ ଉଦବୋଧନରେ ଜିଲ୍ଲାପାଳ କହିଲେଯେ ଆର୍ଥିକ ଠକାମୀ, ଚିଟଫଣ୍ଡ ଠକାମୀ ବିଗତ ଦିନ ଭଳି ବର୍ତ୍ତମାନ ଡିଜିଟାଲ ମୋବାଇଲ ବ୍ୟବହାର ପ୍ରଥମ ପିଢ଼ି ଯୁଗରେ ସାଇବର ଠକାମୀର କେବଳ ଲୋଭ ଶକ୍ତି ଓ ଦୁର୍ବଳ ମାନସିକତା ପାଇଁ ଲୋକେ ଶିକାର ହେଉଛନ୍ତି l ଏଣୁ ସବୁ ବର୍ଗର ଜନସାଧାରଣ ମାନେ ସଚେତନ ହେବାର ଆବଶ୍ୟକତା ରହିଛି l ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ନିଜେ ସଚେତନ ହେବା ସହ ନିଜ ପରିବାର, ପଡୋଶୀ ଲୋକ, ସମାଜରେ ସଚେତନତା ସୃଷ୍ଟି କରି ସମସ୍ତଙ୍କ ସହଭାଗିତା ଓ ସହଯୋଗରେ ସାଇବର ଠକାମୀକୁ ଜିଲ୍ଲାରେ ଦୃଢ଼ ପ୍ରତିହତ କରିବା ପାଇଁ ସାଇବର ସୁରକ୍ଷା ଅଭିଯାନ, ଓଡ଼ିଶା ୨୦୨୫ ସଫଳ କରିବାକୁ ଆହ୍ଵାନ ଦେଇଥିଲେ l
ଏହି ଅବସରରେ ଜିଲ୍ଲାପାଳ ସାଇବର ଠକାମୀ ସଚେତନତା ବୃଦ୍ଧି ମତା ଦେଖାଇବା ଜରୁରୀ ଥିଙ୍କ ସଙ୍ଗ ଅଡିଓ ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବେ ଅବକାରୀ ଅଧିକ୍ଷକ, ଖୋର୍ଦ୍ଧା ସୁମତି ତ୍ରିପାଠୀ, କାହିଲେଯେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାରର ମୋବାଇଲରେ ଖେଳ ଖେଳି ସାଇବର ଠକାମୀ ର ଶିକାର ହେଉଛନ୍ତି l ଏଣୁ ଡିଜିଟାଲ ମୋବାଇଲ ବ୍ୟବହାର ରେ ସତର୍କ ରହି ଆସୁଥିବା ଠକାମୀ ବାର୍ତ୍ତାକୁ ଯାଞ୍ଚ କରି ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଦେବ ପ୍ରସାଦ ମଜୁମଦାର କହିଲେ ଯେ ପୂର୍ବ ସମୟ ଓ ଏବେକା ସମୟ ମଧ୍ୟରେ ଅନେକ ଫରକ ଅଛି l ବର୍ତ୍ତମାନ ଡିଜିଟାଲ ମୋବାଇଲ ବ୍ୟବହାର ଆବଶ୍ୟକ ପଡୁଥିଲେ ମଧ୍ୟ ଡିଜିଟାଲ ଠକାମୀ ପ୍ରତି ସଚେତନ ରହି ଠକାମୀ ଧରିବାକୁ ପୋଲିସ କୁ ସୂଚନା ଦେବାସହ୧୯୩୦ ନିଶୁଳ୍କ ଫୋନ୍ ସେବା ଏବଂ ସାଇବରକ୍ରାଇମ.ଗଭ୍.ଇନ୍ କୁ ରିପୋର୍ଟ କରିବାକୁ ପରାମର୍ଶ ଦେଇଥିଲେ l ସଭାପତି ଅଭି ଏସବୁ ଭାଷଣରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା କହିଲେ ଯେ ସଚେତନତା ଦ୍ଵାରା ସାଇବର ଠକାମୀ ଅନେକାଂଶରେ ବନ୍ଦ ହୋଇଛି l ଲୋକମାନେ ଧୀରେ ଧୀରେ ସଜାଗ ହେଉଛନ୍ତି l ବର୍ତ୍ତମାନ ଲୋକେ ପ୍ରାୟ ଡିଜିଟାଲ ଆରେଷ୍ଟ ଠକେଇ, ନିବେଶ ଏବଂ ଟ୍ରେଡିଙ୍ଗ ଠକେଇ, ପାର୍ଶଲ ଓ କଷ୍ଟମସ ଠକେଇ, ସେକ୍ସ୍ ଟୋନର୍ସ ଫାନ୍ଦ, ନକଲି ଋଣ, ନକଲି ପରିଚୟ ଓ ଓଟିପି, ଠକେଇ, ଚାକିରି ଓ ଘର କାମ କରିବାର ଠକେଇ ଏବଂ ଇ କମର୍ସ ରିଫଣ୍ଡ ଓ ଅଫର୍ ଠକେଇ ରୁ ମୁକ୍ତି ପାଇଁ ଯେଉଁ ମେସେଜ ଆସୁଛି ସେ ସମ୍ବନ୍ଧରେ ଟିକେ ସଚେତନ ରୁହନ୍ତୁ, ଯାଞ୍ଚ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ଏବଂ ବିଭିନ୍ନ ଦିଗ ସମ୍ଵନ୍ଧରେ ପ୍ରକାଶ କରିଥିଲେ l ଅତିଥି ପରିଚୟ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀନିବାସ ମହାନ୍ତି ପ୍ରଦାନ କରିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ l
ପ୍ରକାଶ ଥାଉକି, ସାଇବର ସୁରକ୍ଷା ଅଭିଯାନ, ଓଡ଼ିଶା ୨୦୨୫ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୧୮ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଉଦ୍ଘାଟନ କରିଥିଲେ l ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ୬ଷ୍ଠ ବାଟାଲିୟନ, ଆଇ ଆର ବି ଏନ୍ ପୁଲିସ କମାଣ୍ଡାଣ୍ଟ ବସନ୍ତ କୁମାର ନାୟକ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଅରବିନ୍ଦ ନାୟକ, କାନାରା ବ୍ୟାଙ୍କ ପରିଚାଳକ ଜୟନ୍ତ ମୋଦି,ଏ ସି ଏଫ୍ ସୁଶାନ୍ତ ବନ୍ଧ ଯୋଗଦେଇଥିବା ବେଳେ ମଞ୍ଚ ସଂଯୋଜନା ଜିତେନ୍ଦ୍ର ପୃଷ୍ଟି ଏବଂ ସ୍ୱାଗତ ସଙ୍ଗୀତ ପରିବେଷଣ ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀ ବୃନ୍ଦ ଓ ଆକର୍ଷଣୀୟ ଦେଶଭକ୍ତି ସଙ୍ଗୀତ ପରିବେଷଣ ଆଲିଭାଯ୍ୟୋତି ମିଶ୍ର ପରିବେଷଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଉପ ଆରକ୍ଷୀ ଅଧିକ୍ଷକ, ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ, ଖୋର୍ଦ୍ଧା, ସମସ୍ତ ଭାରପ୍ରାପ୍ତ ଥାନା ଅଧିକାରୀ, ସମସ୍ତ ପୋଲିସ ପ୍ରଶାସନ କର୍ମଚାରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଲକ୍ଷ୍ମଣ କୁମାର ବେହେରା, ଛାତ୍ରଛାତ୍ରୀ ଏବଂ ଅଭିଭାବକ ପ୍ରମୁଖ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ
