• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ସ୍ଥାନୀୟ ବୁଣାକାରମାନଙ୍କ ପାଇଁ ମ୍ୟାନେଜମେଣ୍ଟ ଟ୍ରେନିଂ କାର୍ଯ୍ଯକ୍ରମ
Regional

ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ସ୍ଥାନୀୟ ବୁଣାକାରମାନଙ୍କ ପାଇଁ ମ୍ୟାନେଜମେଣ୍ଟ ଟ୍ରେନିଂ କାର୍ଯ୍ଯକ୍ରମ

CliQ INDIA
Last updated: October 20, 2025 10:35 am
CliQ INDIA
Share
3 Min Read
SHARE

ଜୟପୁର, ୧୯ ଅକ୍ଟୋବର (ହି.ସ.)- ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ସ୍ଥାନୀୟ ବୁଣାକାରମାନଙ୍କ ପାଇଁ ମ୍ୟାନେଜମେଣ୍ଟ ଟ୍ରେନିଂ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି l କୋଟପାଡ଼ ବୁଣାକାରମାନେ ଅନ୍ତର୍ଜାତୀୟ ପରିଚୟ ସୃଷ୍ଟି କରିପାରିବେ। ବହୁ କାଳ ଧରି କୋଟପାଡ଼ର ବୁଣାକାରମାନେ ପାରମ୍ପରିକ ଓ ନିଜସ୍ୱ ଶୈଳୀର ହସ୍ତତନ୍ତ କପଡା ବୁଣି ଆସୁଛନ୍ତି। ସେମାନଙ୍କର ଏହି ଗୌରବମୟ ଐତିହ୍ୟକୁ ଅନ୍ତର୍ଜାତୀୟ ମାନଚିତ୍ରରେ ପରିଚିତ କରିବା ପାଇଁ କୌଶଳମୂଳକ ବ୍ରାଣ୍ଡିଂ, ରିଭର୍ସ ବିଜନେସ୍ ମଡେଲ୍ ଏବଂ ଡିଜିଟାଲାଇଜେଶନ୍‌କୁ ଶକ୍ତିଶାଳୀ କରିବା ଆବଶ୍ୟକ। ଏହି ମତ 18–19 ଅକ୍ଟୋବର 2025 ରେ ସୁନାବେଡା ଅବସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ଆୟୋଜିତ ଦୁଇଦିନିଆ ‘ମାଷ୍ଟର ଉଇଭର୍ସ ମ୍ୟାନେଜମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ’ (2025)ରେ ଉଦ୍‌ଭାସିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ (CUO), କୋରାପୁଟ ଓ IIM ସମ୍ବଲପୁରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା।

ଶିକ୍ଷାମନ୍ତ୍ରଣାଳୟ, ଭାରତ ସରକାରଙ୍କ ସମର୍ଥନରେ ଆୟୋଜିତ ଏହି ଟ୍ରେନିଂ, 2025 ଜୁଲାଇ ମାସରେ ବିଶ୍ବବିଦ୍ୟାଳୟ ପରିଦର୍ଶନ ସମୟରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ ଅନୁସାରେ ଆୟୋଜିତ ହୋଇଥିଲା।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା, ବିଶ୍ୱବିଦ୍ୟାଳୟ, ଆଇଆଇଏମ୍ ସମ୍ବଲପୁର ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଶିକ୍ଷା ସଂସ୍ଥାଙ୍କ ମଧ୍ୟରେ ସହଯୋଗୀତାର ଗୁରୁତ୍ୱ ଉଲ୍ଲେଖ କରି କହିଥିଲେ ଯେ, ଏହି ପ୍ରକାର ମିଳିତ ଉଦ୍ୟମ ଶିକ୍ଷା ଓ ସମାଜ ସେବାର ମଧ୍ୟରେ ସେତୁ ରଚନା କରିପାରିବ। ସେ ବିକ୍ରୟ ଶୃଙ୍ଖଳାକୁ ଶକ୍ତିକରଣ, ବୁଣାକାରମାନଙ୍କ ପାଇଁ ଯଥୋଚିତ ମୂଲ୍ୟ, ବିଶ୍ୱବ୍ୟାପୀ ବଜାର ଉପଲବ୍ଧି ଓ ପ୍ରଶାସନିକ କୌଶଳ ମାଧ୍ୟମରେ ଆୟ ବୃଦ୍ଧିର ଆବଶ୍ୟକତା ଉପରେ ଜୋର ଦେଇଥିଲେ । “ବିଶ୍ୱବିଦ୍ୟାଳୟମାନେ କେବଳ ଶିକ୍ଷା ମଧ୍ୟରେ ସୀମିତ ରହିବା ଉଚିତ୍‌ ନୁହେଁ, ସମାଜ ଉନ୍ନତିରେ ମଧ୍ୟ ଅଂଶଗ୍ରହଣ କରିବା ଦରକାର,” ବୋଲି ସେ କହିଥିଲେ ।

ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେଓ ଜୈସ୍ୱାଲ୍, ବୁଣାକାରମାନଙ୍କ ସଶକ୍ତିକରଣ ପାଇଁ ରିଭର୍ସ ବିଜନେସ୍ ମଡେଲ୍‌ର ସମ୍ଭାବନା ବିଷୟରେ ଆଲୋକପାତ କରିଲେ। ସେ ONDC, Amazon ପରି ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ବିଶ୍ୱବ୍ୟାପୀ ବଜାର ସଂଯୋଗ, ସ୍କିଲ୍ ଡିଭେଲପମେଣ୍ଟ ଓ ମ୍ୟାନେଜମେଣ୍ଟ ଟ୍ରେନିଂର ଆବଶ୍ୟକତା ଉଲ୍ଲେଖ କରିଲେ। ସଭାରେ ଅତିଥି ଭାବେ ଯୋଗଦେଇ ବିଶ୍ବବିଦ୍ୟାଳୟର କୁଳସଚିବ ଡ଼. ରାକେଶ କୁମାର ଲେଙ୍କା, ବୁଣାକାରମାନଙ୍କ ସଶକ୍ତିକରଣ ପ୍ରତି ବିଶ୍ୱବିଦ୍ୟାଳୟର ସମାଜିକ ଦାୟିତ୍ୱକୁ ପ୍ରଶଂସା କରି କହିଲେ ଯେ, ଏହି ଟ୍ରେନିଂ ବୁଣାକାରମାନଙ୍କ ଉଦ୍ୟମୀତା ଦକ୍ଷତା ବଢ଼ାଇ ତାଙ୍କ ପ୍ରଡକ୍ଟକୁ ଠିକ ଭାବରେ ପରିସ୍ଥାପିତ କରିବାରେ ସାହାଯ୍ୟ କରିବ।

ପ୍ରୋଗ୍ରାମ କୋଓର୍ଡିନେଟର ଡ଼. ପ୍ରସାନ୍ତ କୁମାର ବେହେରା, ପାରମ୍ପରିକ ଓ ପରିବେଶବନ୍ଧବ ପମ୍ପରିକ ତନ୍ତ ପ୍ରଣାଳୀକୁ ଅବଳମ୍ବନ କରି ଭାରତୀୟ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ କରୁଥିବା କୋଟପାଡ଼ ବୁଣାକାରମାନଙ୍କୁ ସମ୍ମାନ ଜଣାଇଥିଲେ। ସହ-ସମନ୍ୱୟକ ଭାବେ ଉପସ୍ଥିତ ଡ଼. ସୁଜିତ କୁମାର ପୃଷେଠ, ଏହି କାର୍ଯ୍ୟକ୍ରମକୁ ‘ଶିକ୍ଷାନୁଷ୍ଠାନ ଓ ସମାଜ ମଧ୍ୟରେ ଦୃଷ୍ଟାନ୍ତମୂଳକ ସହଯୋଗ’ ବୋଲି ବର୍ଣ୍ଣନା କଲେ।

ଉଦ୍‌ଘାଟନୀ ସଭାରେ ଡ଼. ଭୈରବ ଚନ୍ଦ୍ର ପାତ୍ର, ଡ଼. ସୁବାଶ ଚନ୍ଦ୍ର ପଟ୍ଟନାୟକ, ଡ଼. ସିତାନାଥ ରାୟଗୁରୁ, ଶ୍ରୀ ଦୀପକ ଗୋୟଲ, ଡ଼. ଫଗୁନାଥ ଭୋଇ ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।

ପାଞ୍ଚଜଣ ମହିଳାଙ୍କ ସମେତ ମୋଟ 21 ଜଣ ମାଷ୍ଟର ବୁଣାକାରଙ୍କ କୋଟପାଡ଼ ବ୍ଲକର ବିଭିନ୍ନ ଗ୍ରାମରୁ ଯୋଗଦେଇ ଦୁଇଦିନିଆ ଟ୍ରେନିଂରେ ସକ୍ରିୟ ଭାଗ ନେଇଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଡ଼. ଫଗୁନାଥ ଭୋଇ ଜଣାଇଛନ୍ତି। ଆସନ୍ତା 25–26 ଅକ୍ଟୋବର 2025ରେ ଉକ୍ତ ଟ୍ରେନିଂ ପ୍ରୋଗ୍ରାମର ପରବର୍ତ୍ତୀ ପର୍ଯ୍ୟାୟ ବିଶ୍ୱବିଦ୍ୟାଳୟ ପରିସରରେ ପୁଣିଥରେ ଅନୁଷ୍ଠିତ ହେବ। ଡ଼. ସୁବାଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ। ଡ଼. ସିତାନାଥ ରାୟଗୁରୁ ବୁନକାରମାନଙ୍କ ଯାତାୟାତ ଓ ଅନ୍ୟାନ୍ୟ ସୁବିଧା ପାଇଁ ଲଜିଷ୍ଟିକ୍ସ ସମନ୍ୱୟ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି

You Might Also Like

ରାମଭକ୍ତଙ୍କୁ ନେଇ ବାହାରିଥିବା ସ୍ପେଶିଆଲ ଟ୍ରେନର ଶୁଭାରମ୍ଭ କଲେ ବିଜେପି ରାଜ୍ୟସଭାପତି
ଇଭିଏମ ପରିଚାଳନା ଉପରେ ଗୁରୁତ୍ୱ | BulletsIn
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ରାଜ୍ୟପାଳଙ୍କ ସହ ସମଲେଶ୍ୱରୀଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
ଏକବିଂଶ ଶତାବ୍ଦୀରେ ସମ୍ବଲପୁରକୁ ରୋଜଗାର ସୃଜନର ବଡ଼ କେନ୍ଦ୍ର କରିବା – ଧର୍ମେନ୍ଦ୍ର ପ୍ରଧାନ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ‘ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
Next Article ଦେଶବାସୀଙ୍କୁ ଦୀପାବଳୀରେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?