ମୁମ୍ବାଇ ୧୧ଅକ୍ଟୋବର
(ହି.ସ.)- ମହାରାଷ୍ଟ୍ରର ମୁମ୍ବାଇ ପୋଲିସ ଗ୍ୟାଙ୍ଗଷ୍ଟର ଛୋଟା ରାଜନର ସହଯୋଗୀ ରବି ମଲ୍ଲେଶ ବୋରା
ଓରଫ ଡିକେ ରାଓ (୫୯) ସମେତ ତିନି ଜଣଙ୍କୁ ତିନିଜଣଙ୍କୁ ଗିରଫ କରିଛି। ତିନି ଜଣଙ୍କୁ ପୋଲିସ ବ୍ୟାପକ
ପଚରାଉଚରା କରାଯାଉଛି।ଏହି ମାମଲାର ତଦନ୍ତ କରୁଥିବା ଜଣେ ପୋଲିସ ଅଧିକାରୀ ଶନିବାର କହିଛନ୍ତି ଯେ
ବିଲ୍ଡର ଏକ କୋଟି ଟଙ୍କା ଚାନ୍ଦା ଆଦାୟ ଏବଂ ଧମକ ଦେବା ଅଭିଯୋଗରେ ଡିକେ ରାଓଙ୍କୁ ମୁମ୍ବାଇ
ପୋଲିସ ଶୁକ୍ରବାର ରାତିରେ ଗିରଫ କରିଥିଲା।ଜଣେ ବିଲଡରଙ୍କଠାରୁ ୧ କୋଟି ଟଙ୍କା ଆଦାୟ ଏବଂ ଧମକ
ଦେବା ଅଭିଯୋଗରେ ଗିରଫ କରିଛି। ଏହା ପରେମୁମ୍ବାଇ ପୋଲିସ ଦଳ
ଡିକେ ରାଓଙ୍କ ସହଯୋଗୀ ମିମିତ ଭୁଟା ଏବଂ ଅନିଲ ପରେରାଓଙ୍କୁ ଆଜି ସକାଳେ ଗିରଫ କରାଯାଇଛି।ତିନି ଜଣଙ୍କୁ
ଘନିଷ୍ଠ ପଚରାଉଚରା କରାଯାଉଛି। ପୂର୍ବରୁଜାନୁଆରୀରେଡିକେ ରାଓଙ୍କୁ ଏକ
ପୃଥକ ଚାନ୍ଦା ମାମଲାରେ ଜଣେ ହୋଟେଲ ମାଲିକଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଗିରଫ
କରାଯାଇଥିଲା। ଅଧିକାରୀ ଆହୁରି କହିଛନ୍ତି ଯେ ଯଦିଓ ଏହି ଘଟଣା ଗତ ବର୍ଷ ଘଟିଥିଲା,କିନ୍ତୁ ଆନୁଷ୍ଠାନିକ ଅଭିଯୋଗ ସମ୍ପ୍ରତି ଦାୟର କରାଯାଇଥିଲା, ଯାହା ଫଳରେ ଏକ ପ୍ରାଥମିକ ରେକର୍ଡ କରାଯାଇଛି, ପରବର୍ତ୍ତୀ
ସମୟରେ ଗିରଫ କରାଯାଇଥିଲା।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
