ନୂଆଦିଲ୍ଲୀ, 24 ସେପ୍ଟେମ୍ବର (ହି.ସ.)- ନବରାତ୍ରିର
ତୃତୀୟ ଦିନରେ ମାଆ ଚନ୍ଦ୍ରଘଂଟାଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କରିଛନ୍ତି କଲେ ପିଏମ ମୋଦି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନବରାତ୍ରୀର ତୃତୀୟ ଦିନ ଶାନ୍ତି,
ସାହସ ଓ ନିର୍ଭୀକତାର ପ୍ରତୀକ ମାଆ ଚନ୍ଦ୍ରଘଣ୍ଟାଙ୍କ ଆରାଧନା ପାଇଁ ସମର୍ପିତ ଅଟେ । ଦେବୀ
ମାଆଙ୍କ ଆଶୀର୍ବାଦରୁ ପ୍ରତ୍ୟେକଙ୍କ ଜୀବନରେ ସକରାତ୍ମକତାର ସଂଚାର ହେଉ । ତାଙ୍କ କୃପା ସାରା
ଦେଶରେ ମୋର ପରିବାରଜନଙ୍କ ପାଇଁ ସୁଖ ସମୃଦ୍ଧି ଓ ସୌଭାଗ୍ୟ ଆଣୁ, ଏହାହିଁ କାମନା କରୁଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
