
ନୂଆଦିଲ୍ଲୀ, 21 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହି ସମ୍ବୋଧନ ନବରାତ୍ରି
ଆରମ୍ଭ ହେବାର ଦିନକ ପୂର୍ବରୁ ହେଉଛି। ଏହା ସହିତ ଆସନ୍ତାକାଲି ଦେଶରେ ନୂତନ ଜିଏସଟି ଦର ଲାଗୁ
ହେବ।
ସରକାର ନିକଟରେ ଜିଏସଟି
ଦରରେ ହ୍ରାସ କରିଛନ୍ତି, ଯାହା ଫଳରେ ଅଧିକାଂଶ ଜିନିଷ ଏବେ ୫ ପ୍ରତିଶତ ପରିସରରେ ଆସିପାରିଛି। ସରକାର ୧୨ ପ୍ରତିଶତ ଓ
୨୮ ପ୍ରତିଶତ ଜିଏସଟି ଦର ସମାପ୍ତ କରିଛନ୍ତି। କେବଳ ଅତ୍ୟଧିକ ଲକଜୁରୀ ସାମଗ୍ରୀକୁ ୪୦ ପ୍ରତିଶତ
ଜିଏସଟି ଶ୍ରେଣୀରେ ରଖାଯାଇଛି।
ପ୍ରଧାନମନ୍ତ୍ରୀ ମୋଦି ୨୨
ସେପ୍ଟେମ୍ବରରେ ନବରାତ୍ରିର ପ୍ରଥମ ଦିନରୁ ନୂତନ ଜିଏସଟି ଦର ଲାଗୁ ହେବ ବୋଲି ଘୋଷଣା କରିଥିଲେ।
ସେ କହିଥିଲେ ଯେ, ଜିଏସଟିର
ଏହି ନୂତନ ଦର ଆମ ଦେଶର ବିକାଶ ପାଇଁ ଦୁଇ ଗୁଣା ଗତି ଦେବ। ଏହି ପରିବର୍ତ୍ତନ ଦ୍ୱାରା କେବଳ
ପ୍ରତ୍ୟେକ ପରିବାରର ସଞ୍ଚୟ ବୃଦ୍ଧି ପାଇବ ନୁହେଁ, ଆମର ଅର୍ଥନୀତିକୁ ମଧ୍ୟ ଏକ ନୂତନ ଶକ୍ତି ମିଳିବ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
