ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)
– ବୀରମିତ୍ରପୁରର
ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ
ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ବରିଷ୍ଠ ରାଜନେତା
ତଥା ସୁନ୍ଦରଗଡ଼ ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଦେହାନ୍ତ ବିଷୟରେ ଜାଣି
ମୁଁ ଗଭୀର ଦୁଃଖିତ। ଜନସେବା କ୍ଷେତ୍ରରେ ତାଙ୍କର ଜୀବନବ୍ୟାପୀ ଅବଦାନ ଅତୁଳନୀୟ। ଲୋକଙ୍କ
କଲ୍ୟାଣ ପାଇଁ ତାଙ୍କର କାର୍ଯ୍ୟ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା
କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
