• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ସର୍ବଭାରତୀୟ ସ୍ତରରେ ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମରେ ସାମିଲ ହେଲା ପ୍ରାୟ ୨ ହଜାର ଇ-ସରକାରୀ ସେବା
National

ସର୍ବଭାରତୀୟ ସ୍ତରରେ ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମରେ ସାମିଲ ହେଲା ପ୍ରାୟ ୨ ହଜାର ଇ-ସରକାରୀ ସେବା

CliQ INDIA
Last updated: September 1, 2025 9:16 am
CliQ INDIA
Share
3 Min Read
SHARE

• ଡିଜିଟାଲ ଇଣ୍ଡିଆ ଦିଗରେ ଆଉ ଏକ ମାଇଲଖୁଣ୍ଟ : ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ ଦ୍ୱାରା ଏସବୁ ସେବା ସାମିଲ

• ସମସ୍ତ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନାଗରିକମାନେ ଏବେ ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରେ ବିଭିନ୍ନ ପ୍ରମାଣପତ୍ର, କଲ୍ୟାଣ ଯୋଜନା, ଉପଯୋଗୀତା ଦେୟ ଏବଂ ଅଧିକ ନାଗରିକ କେନ୍ଦ୍ରିକ ସେବା ସୁଗମ ଭାବରେ ପାଇପାରିବେ।

• ନାଗରିକମାନଙ୍କ ପାଇଁ ଉପଲବ୍ଧ ସର୍ବାଧିକ ୨୫୪ଟିସେବା ପ୍ରଦାନ କରି ମହାରାଷ୍ଟ୍ର ଦେଶରେ ଅଗ୍ରଣୀ, ଦିଲ୍ଲୀ ୧୨୩, କର୍ଣ୍ଣାଟକ ୧୧୩, ଆସାମ ୧୦୨ଏବଂ ଉତ୍ତର ପ୍ରଦେଶ ୮୬ଟି ଇ-ସେବା ପ୍ରଦାନ କରି ଏହାର ପଛରେ ଅଛନ୍ତି

• ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମ ଜରିଆରେ ଓଡ଼ିଶାରେ ଉପଲବ୍ଧ ହେଉଛି ୩୭ଟି ଇ-ସେବା

ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମରେ ଇ-ଗଭର୍ଣ୍ଣାନ୍ସ ସେବାର ଏକୀକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧୀନ ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ ସର୍ବଭାରତୀୟ ସ୍ତରରେ ପ୍ରାୟ ୨ ହଜାରଟି ଇ-ସରକାରୀ ସେବାକୁ ଏହି ଦୁଇଟି ପ୍ଲାଟଫର୍ମରେ ସାମିଲ କରିଛି। ଏହା ଡିଜିଟାଲ ଇଣ୍ଡିଆ ପାଇଁ ଏକ ବଡ଼ ସଫଳତା । ଏହି ସଫଳତା ସହିତ, ସମସ୍ତ ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନାଗରିକମାନେ ଏବେ ଯେକୌଣସି ସ୍ଥାନରୁ, ଯେକୌଣସି ସମୟରେ ପ୍ରାୟ ୨ହଜାରଡିଜିଟାଲ୍ ସେବା ସୁଗମ ଭାବରେ ପାଇପାରିବେ।

ସମନ୍ୱିତ ସେବାଗୁଡ଼ିକ ନାଗରିକଙ୍କ ଆବଶ୍ୟକତାର ଏକ ବିସ୍ତୃତ ପରିସରକୁ ସାମିଲ କରିଥାଏ। ଏଥିରେ ବିଭିନ୍ନ ପ୍ରମାଣପତ୍ର, କଲ୍ୟାଣକାରୀ ଯୋଜନା, ବିଦ୍ୟୁତ ଓ ପାଣି ବିଲ୍ ଭଳି ବିଭିନ୍ନ ଉପଯୋଗୀତା ଦେୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ଅନ୍ତର୍ଭୂକ୍ତଯାହା ଦ୍ଵାରା ସେବା ବିତରଣରେ ସୁବିଧା, ଦକ୍ଷତା ଏବଂ ସ୍ୱଚ୍ଛତା ସୁନିଶ୍ଚିତ ହୁଏ। ଏହା ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଲକ୍ଷ୍ୟକୁ ସାକାର କରିବା, କାଗଜବିହୀନ ଏବଂ ମୋବାଇଲ୍ ଆଧାରିତ ପ୍ରଶାସନକୁ ପ୍ରୋତ୍ସାହିତ କରିବା ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟରେ ସିଧାସଳଖ ଯୋଗଦାନ ଦେବାରେ ଏକ ପ୍ରମୁଖ ଉପଲବ୍ଧି।

ଡିଜିଲକର ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ଏକ ଦୃଢ଼ ସ୍ତମ୍ଭ ଭାବରେ ଉଭା ହୋଇଛି ଯାହା ଆନ୍ତଃକାର୍ଯ୍ୟକ୍ଷମତା, ତଥ୍ୟ ସୁରକ୍ଷା ଏବଂ ବହୁ-ଭାଗୀ ସମନ୍ୱୟର ଆହ୍ୱାନଗୁଡ଼ିକୁ ସଫଳତାର ସହିତ ମୁକାବିଲା କରିଛି। ଏହାର ଅଭିନବ ଏବଂ ସ୍ଥିର ଢାଞ୍ଚା ସହଜ ଉପଲବ୍ଧତା, ଅନ୍ତର୍ଭୁକ୍ତିକରଣ ଏବଂ ନିର୍ଭରଯୋଗ୍ୟତାକୁ ସୁଲଭ କରିଛି । ଏହା ମଧ୍ୟ ବିଶ୍ୱସ୍ତ ଡିଜିଟାଲ ସେବା ପ୍ରଦାନ କରି ସାରା ଦେଶରେ ନାଗରିକମାନଙ୍କୁ ସଶକ୍ତ କରିଛି।

ଉପରୋକ୍ତ ଦୁଇଟି ପ୍ଲାଟଫର୍ମରେ ମହାରାଷ୍ଟ୍ରର ନାଗରିକମାନେ ବର୍ତ୍ତମାନ ସର୍ବାଧିକ ୨୫୪ ସେବାର ସୁବିଧା ପାଇଛନ୍ତି ।ଏହା ପରେ ଦିଲ୍ଲୀ ୧୨୩, କର୍ଣ୍ଣାଟକ ୧୧୩, ଆସାମ ୧୦୨ ଏବଂ ଉତ୍ତର ପ୍ରଦେଶ ୮୬ ସେବାକୁ ଏହି ଇ-ପ୍ଲାଟଫର୍ମରେ ସାମିଲ କରିଛନ୍ତି । ଏହା ବ୍ୟତୀତ, କେରଳ ଏବଂ ଜମ୍ମୁ ଏବଂ କାଶ୍ମୀରରେ ୭୭ଟି ଲେଖାଏଁ ସେବା ପ୍ରଦାନ କରାଯାଉଛି । ଆନ୍ଧ୍ର ପ୍ରଦେଶ ୭୬ ଏବଂ ଗୁଜରାଟ ୬୪ ସେବା ପ୍ରଦାନ କରୁଛି। ସେହିପରି, ତାମିଲନାଡୁ ଏବଂ ଗୋଆ ୬୩ ଲେଖାଏଁ ସେବା ପ୍ରଦାନ କରୁଥିବା ବେଳେ ହରିୟାଣା ୬୦ ଏବଂ ହିମାଚଳ ପ୍ରଦେଶ ୫୮ ସେବା ପ୍ରଦାନ କରୁଛି । ସେହିପରି ଓଡ଼ିଶାରେ ୩୭ଟି ଇ-ସରକାରୀ ସେବା ଉପଲବ୍ଧ ହେଉଛି । ମୋଟ, ସମଗ୍ର ଦେଶରେ ନାଗରିକମାନଙ୍କ ପାଇଁ ବର୍ତ୍ତମାନ ୧,୯୩୮ରୁ ଅଧିକ ସେବା ଉପଲବ୍ଧ।

ଏହି ସଫଳତାକୁଆଧାର କରି ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ ଏକ ଏଆଇ-ଚାଳିତ ପଦ୍ଧତି ମାଧ୍ୟମରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରି ଇ-ସରକାରୀ ସେବାର ପୋର୍ଟଫୋଲିଓକୁ ଆହୁରି ବିସ୍ତାର କରିବାକୁ ଯୋଜନା କରୁଛି। ରାଜ୍ୟ ସ୍ତରରେ ସଚେତନତାକୁ ସୁଦୃଢ଼ କରିବା ପାଇଁ ଢାଞ୍ଚାଗତ ତାଲିମ କାର୍ଯ୍ୟକ୍ରମ ଏବଂ କର୍ମଶାଳା ଆୟୋଜନ କରାଯିବ।ନିରନ୍ତର ନବସୃଜନ, ଅଧିକ ଅନ୍ତର୍ଭୁକ୍ତିକରଣ ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ସେବା ଯୋଗାଣକୁ ଆହୁରି ଉନ୍ନତ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

ଡିଜିଟାଲ୍ ରୂପେସମର୍ଥ ଏବଂ ସମାବେଶୀ ଭାରତ ଗଠନ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ସହିତଏହି ମାଇଲଖୁଣ୍ଟ ନାଗରିକମାନଙ୍କୁ ସଶକ୍ତ କରିବା ଏବଂ ଶାସନକୁ ପରିବର୍ତ୍ତନ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସ୍ପଷ୍ଟ କରେ। ସୂଚନାଯୋଗ୍ୟ ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକ୍ରମ ପରିଚାଳନା ଏବଂ କାର୍ଯ୍ୟାନ୍ୱୟନରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

—————

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

You Might Also Like

ପ୍ରଧାନମନ୍ତ୍ରୀ ମୋଦି ଶପଥ ଗ୍ରହଣ ସମାରୋହ ଦୃଷ୍ଟିରୁ ଅଦ୍ଭୁତପୂର୍ବ ସୁରକ୍ଷା
ଆରଜି କର କାଣ୍ଡ- ଆଜି ସଂଜୟ ରାୟଙ୍କ ଉପରେ ଆସିବ ନିଷ୍ପତି | BulletsIn
କେନ୍ଦ୍ର କ୍ୟାବିନେଟ୍ କେରଳର ନାମ ପରିବର୍ତ୍ତନ କରି କେରଳମ୍ କରିବାକୁ ଅନୁମୋଦନ କରିଛି, ପ୍ରମୁଖ ଭିତ୍ତିଭୂମି ଏବଂ ଅର୍ଥନୈତିକ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି।
ପଶ୍ଚିମବଙ୍ଗରେ କରୋନାର ଚାରି ନୂଆ ମାମଲା, ସଂକ୍ରମିତଙ୍କ ସଂଖ୍ୟା 11 | BulletsIn
କାଳଭୈରଭ ମନ୍ଦିରରେ ଦର୍ଶନ ଓ ପୂଜନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ବିଏମସି ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ
Next Article ଏକଲ ବିଦ୍ୟାଳୟ ଅଭିଯାନର ପାଠ୍ୟ ଉପକରଣ ବଣ୍ଟନ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?