ଭୋପାଲ୍, 25 ଅଗଷ୍ଟ (ହି.ସ.)
– କେନ୍ଦ୍ର
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ମଧ୍ୟପ୍ରଦେଶର ଜବଲପୁର
ଜିଲ୍ଲା ଗସ୍ତରେ ରହିବେ। ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ନଡ୍ଡା ନେତାଜୀ
ସୁଭାଷଚନ୍ଦ୍ର ବୋଷ ସାଂସ୍କୃତିକ ସୂଚନା କେନ୍ଦ୍ରରେ ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ନୂଆ ଦିଗରେ ନେବା
ଐତିହାସିକ ନିଷ୍ପତ୍ତି ଓ ଜନହିତକାରୀ ପଦକ୍ଷେପଗୁଡିକର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମର
ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ଡ଼ା. ମୋହନ ଯାଦବ।
ବିଜେପିର ରାଷ୍ଟ୍ରୀୟ
ଅଧ୍ୟକ୍ଷ ଓ କେନ୍ଦ୍ର ମନ୍ତ୍ରୀ ନଡ୍ଡା ଦ୍ୱିପ୍ରହର 12:45 ବେଳେ ବିଜେପି କାର୍ଯ୍ୟାଳୟରେ ଆୟୋଜିତ
ବୈଠକକୁ ସମ୍ବୋଧନ କରିବେ। ତାପରେ ଦ୍ୱିପ୍ରହର 3:10 ବେଳେ ଘଣ୍ଟାଘର ସ୍ଥିତ ନେତାଜୀ
ସୁଭାଷଚନ୍ଦ୍ର ବୋଷ ସାଂସ୍କୃତିକ ଓ ସୂଚନା କେନ୍ଦ୍ରରେ ଶ୍ୟୋପୁର ଓ ସିଙ୍ଗରୌଲିରେ ନୂଆ ରାଜ୍ୟ
ସରକାରୀ ଚିକିତ୍ସା ମହାବିଦ୍ୟାଳୟ ଉଦ୍ଘାଟନ କରିବେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
