ନୂଆଦିଲ୍ଲୀ, 25 ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ସୋମବାରରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ରହିବେ। ଏହି ସମୟରେ ସେ 5,400 କୋଟି
ଟଙ୍କା ଠାରୁ ଅଧିକ ମୂଲ୍ୟର ବିକାଶ ପରିଯୋଜନାର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଆଜି ସଂଧ୍ୟା
ସେ ଏକ ଜନସଭାକୁ ସମ୍ବୋଧନ ମଧ୍ୟ କରିବେ।
ପ୍ରଧାନମନ୍ତ୍ରୀ ମୋଦି
25-26 ଅଗଷ୍ଟରେ ଗୁଜରାଟ ଗସ୍ତ ସମୟରେ ଅହମଦାବାଦ, ଗାନ୍ଧୀନଗର ଓ ମେହସାଣାରେ ମୋଟ 5400 କୋଟି ଟଙ୍କାର ବିକାଶ କାର୍ଯ୍ୟର
ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ସେ ଆଜି ସଂଧ୍ୟା 6ଟାରେ ଅହମଦାବାଦ ପହଁଚିବେ, ଯେଉଁଠାରେ ସେ ଏକ ରୋଡ୍ ଶୋ କରିବେ। ଏହା ପରେ ସେ ନିକୋଲ୍ ଅଞ୍ଚଳର
ଖୋଡଲଧାମ ମୈଦାନରେ ଆୟୋଜିତ ଜନସଭାକୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀ ଗାନ୍ଧୀନଗର ରାଜଭବନରେ
ରାତିରେ ବିଶ୍ରାମ କରିବେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
