ଗାନ୍ଧିନଗର, 24 ଅଗଷ୍ଟ (ହି.ସ.)- ଭାରତ–ପାକିସ୍ତାନ ସୀମା ସ୍ଥିତ କଚ୍ଛ ର ସମ୍ବେଦନଶୀଳ କୋରି କ୍ରିକ୍
ଅଞ୍ଚଳରେ ଶନିବାର ଦ୍ୱିପ୍ରହର ସମୟରେ ସୀମା ସୁରକ୍ଷା ବଳ ଏକ ଅପରେସନ୍ ଚଳାଇ ୧୫ ଜଣ ପାକିସ୍ତାନୀ
ମତ୍ସ୍ୟଜୀବୀଙ୍କୁ ନୌକା ସହ ଧରିଛନ୍ତି । ଦୀର୍ଘ ସମୟ ପରେ ଏତେ ସଂଖ୍ୟାରେ ପାକିସ୍ତାନୀ ମତ୍ସ୍ୟଜୀବୀ
ଧରା ପଡ଼ିଛନ୍ତି।
ନାଳା ଅଞ୍ଚଳରେ ତଲାସୀ
ଅଭିଯାନ ବୃଦ୍ଧି କରାଯାଇଛି । ଶନିବାର ସମୟ ପ୍ରାୟ ୧୨ଟା ସମୟରେ କୋଟେଶ୍ୱର ସାମ୍ନାରେ ଥିବା କୋରି କ୍ରିକ୍ର ଉତ୍ତରରେ ‘ବିବି କା କୁଆଁ’ ଅଞ୍ଚଳରେ ଏକ ସନ୍ଦେହଜନକ ନୌକା ଦେଖାଯାଇଥିଲା। ସୀମା ସୁରକ୍ଷା ବଳ ଏହି ନୌକାକୁ ଧରିବା
ପାଇଁ ଅପରେସନ୍ ଆରମ୍ଭ କରିଥିଲେ । ନୌକାକୁ ଘେରି ଏଥିରେ ଥିବା ୧୫ ଜଣ ପାକିସ୍ତାନୀଙ୍କୁ ଗିରଫ୍
କରାଯାଇଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
