ଉତରକାଶୀ, 23 ଅଗଷ୍ଟ (ହି.ସ.)- ଜିଲ୍ଲା ପ୍ରଶାସନର
କଠିନ ପ୍ରୟାସ ସଫଳ ହୋଇଛି । ସ୍ୟାନାଚଟିରେ ସୃଷ୍ଟି ହୋଇଥିବା ଜଳାଶୟରୁ ଜଳ ନିଷ୍କାସନ ପାଇଁ
ଦିନ-ରାତି ହୋଇଥିବା ଚେଷ୍ଟା ଫଳରେ ବହୁତ ପରିମାଣରେ ପାଣି କମିଯାଇଛି। ଜଳାଶୟର ମୁହାଣ ଖୋଲିବା
ପାଇଁ ବିଭିନ୍ନ ଏଜେନ୍ସିମାନେ ଦୁର୍ଦ୍ଧର୍ଷ ପରିସ୍ଥିତି ମଧ୍ୟରେ ରାତିସାରା ଜଳ ନିଷ୍କାସନ କାମରେ
ଲାଗିଥିଲେ। ଜଳାଶୟର ଜଳସ୍ତର ଏବେ ବହୁତ ହ୍ରାସ ପାଇଛି । ସ୍ୟାନାଚଟିରେ ଯମୁନା ନଦୀ ଉପରେ ଥିବା
ପୋଲଟି ଏବେ ଦୃଶ୍ୟମାନ ହୋଇଛି ।ଯାହାକୁ ଦେଖି ସ୍ଥାନୀୟ ଗ୍ରାମବାସୀମାନେ ଆଶ୍ୱସ୍ତ ହୋଇଛନ୍ତି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
