ଖୋର୍ଦ୍ଧା, ୨୨ ଅଗଷ୍ଟ (ହି.ସ.)- ବେଗୁନିଆକୁ ବିଜ୍ଞାପିତ ଅଂଚଳ ପରିଷଦ (ଏନଏସି) ମାନ୍ୟତା ଦାବିରେ ଆଜି ୬ ଘଂଟିଆ ବେଗୁନିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟା ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ଫଳରେ ସମ୍ପୃକ୍ତ ଅଂଚଳରେ ରହିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଛି । ତେବେ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ଅନ୍ୟପକ୍ଷରେ ବେଗୁନିଆ ବନ୍ଦକୁ ବିଭିନ୍ନ ଦଳ ଓ ସଂଗଠନ ସମର୍ଥନ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
