ଭୁବନେଶ୍ୱର,୨୧ ଅଗଷ୍ଟ (ହି.ସ.)- ଆର୍ଫୋଡେବଲ୍ ହାଉସିଂ ସ୍କିମ୍ ରେ ସାଧାରଣ ଲୋକଙ୍କୁ ଘର ଯୋଗାଇବାକୁ ସରକାର ଯୋଜନା କରିଛନ୍ତି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଜଣେ ସାଧାରଣ ଲୋକ ମଧ୍ୟ କମ୍ ଟଙ୍କାରେ ଭୁବନେଶ୍ୱରରେ ରହିପାରିବ। ଏଥିପାଇଁ ଘର ଯୋଗାଇଦେବାକୁ ସରକାର ଯୋଜନା କରୁଛନ୍ତି। ସେଥିପାଇଁ ବିଡିଏ ଏବଂ ହାଉସିଂ ବୋର୍ଡ ଘର ତିଆରି କରୁଛି। ଏଥିନିମନ୍ତେ ବିଭିନ୍ନ ସ୍ଥାନରେ ଘର ତିଆରି ଆରମ୍ଭ ହୋଇଗଲାଣି। ଖୁବଶୀଘ୍ର ସୁଲଭ ମୂଲ୍ୟରେ ଲୋକଙ୍କୁ ଘର ଯୋଗାଇ ଦିଆଯିବ ।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
