ମୁନିଗୁଡ଼ା, ୨୦ ଅଗଷ୍ଟ (ହି.ସ.)- ଏନଏସି ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ରାଜ୍ୟ ସରକାର ମୁନିଗୁଡ଼ାକୁ ଏନଏସି ଘୋଷଣାରୁ ବାଦ୍ ଦେବା ଘଟଣାର ପ୍ରତିବାଦରେ ବୁଧବାର ମୁନିଗୁଡା ଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ମୁନିଗୁଡ଼ା ପ୍ରଗତି ମଂଚ ତରଫରୁ ୧୨ଘଂଟିଆ ବନ୍ଦ ପାଳନ କରାଯାଇଛି । ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ମୁନିଗୁଡ଼ା ସହରରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି ।
ମିଳିତ କ୍ରିୟାନୁଷ୍ଠାନ କମିଟି ଓ ପ୍ରଗତି ମଂଚର କର୍ମକର୍ତା ସହରର ବିଭିନ୍ନ ଛକରେ ପିକେଟିଂ କରିବା ସହ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଏହି ବନ୍ଦ ଡାକରାରେ ମୁନିଗୁଡା ଅଂଚଳର ବିଭିନ୍ନ ରାଜନୈତିକ ଦଳ ସମେତ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତା ସାମିଲ୍ ହୋଇଛନ୍ତି । ଯାହାଫଳରେ ସହର ମଧ୍ୟଦେଇ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟ ପେଣ୍ଠ ସ୍ଥଳ ଭାବେ ବେଶ୍ ପରିଚିତ ଥିବା ମୁନିଗୁଡା ସହର ଏନଏସି ମାନ୍ୟତା ପାଇଁ ଦୀର୍ଘ ବର୍ଷ ଧରି ଦାବି କରି ଆସୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
