ନୂଆଦିଲ୍ଲୀ, 20 ଅଗଷ୍ଟ (ହି.ସ.)- ଏନଡିଏର
ଉପରାଷ୍ଟ୍ରପତି ପଦର ପ୍ରାର୍ଥୀ ସିପି ରାଧାକୃଷ୍ଣନ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି । ଏହି
ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ
ନୀତିନ ଗଡକାରୀଙ୍କ ସହିତ ଏନଡିଏର ସମସ୍ତ ସହଯୋଗୀ ଦଳର ନେତା ଉପସ୍ଥିତ ଥିଲେ । ରାଧାକୃଷ୍ଣନଙ୍କ
ପକ୍ଷରୁ 4 ସେଟ୍ ନାମାଙ୍କନ ଦାଖଲ କରାଯାଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ
ସେଟର ପ୍ରସ୍ତାବକ ଥିଲେ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
