
ନୂଆଦିଲ୍ଲୀ, 19 ଅଗଷ୍ଟ (ହି.ସ.)-ଅନ୍ତର୍ଜାତୀୟ ମହାକାଶ
କେନ୍ଦ୍ର ଯାତ୍ରାରୁ ଫେରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ସୋମବାର ସନ୍ଧ୍ୟାରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କ ବାସଭବନ ଲୋକକଲ୍ୟାଣ ମାର୍ଗରେ ଭେଟି,
ତାଙ୍କ ମହାକାଶ ମିଶନ ସମ୍ପର୍କରେ ବିସ୍ତୃତ ତଥ୍ୟ
ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମହାକାଶ ମିଶନ ସହିତ ଜଡିତ କିଛି ଆଶ୍ଚର୍ଯ୍ୟଜନକ
ଦିଗ ଓ ଭାରତୀୟ ଲୋକଙ୍କ ମହାକାଶ ଆକାଂକ୍ଷା ବିଷୟରେ ଆଲୋଚନା କରିଥିଲେ।
ମଙ୍ଗଳବାର ପ୍ରଧାନମନ୍ତ୍ରୀ
ମୋଦି ସୋସିଆଲ୍ ମିଡିଆ ଏକ୍ସରେ ଏହି ସାକ୍ଷାତର ଭିଡିଓ ଅପଲୋଡ୍ କରିଛନ୍ତି। ପ୍ରଧାନମନ୍ତ୍ରୀ
ମୋଦି ଓ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ମଧ୍ୟରେ ହୋଇଥିବା କଥୋପକଥନ ଏପରି ଥିଲା—
ପ୍ରଧାନମନ୍ତ୍ରୀ- “ଆପଣ ଯେତେବେଳେ ମହାକାଶକୁ ଯାଆନ୍ତି,
ତେବେ କ୍ୟାପ୍ସୁଲ୍ ଭିତରେ ବସିବା ଆୟୋଜନ କେମିତି ଥାଏ?
ସେଇ ଅବସ୍ଥାରେ 23-24 ଘଣ୍ଟା ବିତାନ୍ତି କି?”
ଶୁଭାଂଶୁ ଶୁକ୍ଲା- “ହଁ ସାର୍, କିନ୍ତୁ ଆପଣ ଥରେ ମହାକାଶରେ ପହଂଚିଗଲେ, ଆପଣ ସିଟ୍ ଖୋଲି ସେହି କ୍ୟାପସୁଲ ଭିତରେ ବୁଲିପାରିବେ । ଏପଟ ସେପଟ କାମ କରିପାରିବେ । ”
ମୋଦି- ତା ଭିତରେ ଏତେ ଜାଗା
ଥାଏ କି?”
ଶୁକ୍ଲା- “ଏତେ ନୁହେଁ, କିନ୍ତୁ କିଛି ଥାଏ।”
ମୋଦି- “ଫାଇଟର୍ ଜେଟ୍ ର କକପିଟ୍ ଠାରୁ ଅଧିକ କି?”
ଶୁକ୍ଲା: “ହଁ ସାର୍, ତାଠୁ ଭଲ । କିନ୍ତୁ ଅନ୍ତରିକ୍ଷକୁ ପହଁଚିବା ପରେ ଅନେକ କିଛି ବଦଳିଯାଏ। ଚାରି–ପାଞ୍ଚ ଦିନ ମଧ୍ୟରେ ଶରୀର ସାଧାରଣ ହୋଇଯାଏ,
କିନ୍ତୁ ଯେତେବେଳେ ପଛରୁ ଫେରନ୍ତି,
ତେବେ ପୁଣି ସେହି ପରିବର୍ତ୍ତନ ଘଟେ । ଅର୍ଥାତ ଯେତେବେଳେ
ଫେରନ୍ତି, ଆପଣ ଯେତେ ସୁସ୍ଥ
ହୋଇଥାନ୍ତୁ କିନ୍ତୁ ଆପଣ ଚାଲି ପାରିବେନାହିଁ । ମୋତେ ଖରାପ ଲାଗୁନାହିଁ,
କିନ୍ତୁ ଯେତେବେଳେ ପ୍ରଥମ ପାଦ ରଖିଲି,
ମୁଁ ପଡିଯାଉଥିଲି, କିନ୍ତୁ ଲୋକେ ମୋତେ ଧରିଥିଲେ ।
ଆମେ ଜାଣିଥାଉ ଚାଲିବାକୁ ହେବ,
କିନ୍ତୁ ମସ୍ତିଷ୍କରେ ତାହାକୁ ବୁଝିବାରେ ସମୟ ଲାଗେ।
ତାଙ୍କୁ ଏହି ନୂଆ ପରିବେଶ ସମ୍ପର୍କରେ ବୁଝିବାକୁ ସମୟ ଦରକାର।”
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
