ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.) ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ତେଲେଙ୍ଗାନାରେ ସଡକ ଦୁର୍ଘଟଣାରେ ଓଡିଶାର 3 ଜଣ ପ୍ରାଣ ହରାଇବା ନେଇ ଦୁଃଖ ପ୍ରକାଶ କରିଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି. ତେଲେଙ୍ଗାନାରେ ଏକ ରାସ୍ତା ଦୁର୍ଘଟଣାରେ ଓଡ଼ିଶାର ୩ଜଣ ଶ୍ରମିକ ପ୍ରାଣ ହରାଇବା ବିଷୟରେ ଜାଣି ମୁଁ ଦୁଃଖିତ। ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
—————
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
