ପାଟଣା, 7 ଜୁଲାଇ (ହି.ସ.)- ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଦିନ ବିହାରରେ ପହଁଚିଲେ। ଏହି ଗସ୍ତ
ଅବସରରେ ସେ ରେଳ ଷ୍ଟେସନର ଅଚାନକ ନିରୀକ୍ଷଣ କରିଛନ୍ତି । ସେ ଭାରତ ସରକାର ଦ୍ୱାରା ଚଲାଯାଉଥିବା
ଷ୍ଟେସନ ବିକାଶ ଯୋଜନା ବିଷୟରେ ଅଧିକାରୀମାନଙ୍କଠାରୁ ସୂଚନା ନେବା ସହ କାର୍ଯ୍ୟପଦ୍ଧତିର
ସମୀକ୍ଷା କରିଛନ୍ତି। ଏହି ସମୟରେ ଦରଭଙ୍ଗାର ସାଂସଦ ଗୋପାଳ ଜୀ ଠାକୁର,
ସୋନପୁର
ମଣ୍ଡଳର ଡିଆରଏମ ଓ ପୂର୍ବ ମଧ୍ୟ ରେଳରେ ଜେନେରାଲ୍ ମ୍ୟାନେଜର୍ ମଧ୍ୟ ସାଥିରେ ଥିଲେ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଦିନ ପାଟନାରେ ପହଁଚିଛନ୍ତି। ପାଟନା ବିମାନବନ୍ଦରରେ
ଭାରତୀୟ ଜନତା ପାର୍ଟି (ଭାଜପା) ରାଜ୍ୟ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଏବଂ
କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଉତ୍ସାହପୂର୍ଣ୍ଣ ଭାବରେ ସ୍ୱାଗତ କରିଲେ। ବିମାନବନ୍ଦରରେ
ପହଁଚିବା ପରେ ସବୁଠାରୁ ପ୍ରଥମେ ସେ ପାଟନା ବିମାନବନ୍ଦରର ନୂଆ ଟର୍ମିନାଲ୍ ଭବନର ନିରୀକ୍ଷଣ
କରିଥିଲେ। ତାଙ୍କ ସହିତ ଭାଜପା ରାଜ୍ୟ ଅଧ୍ୟକ୍ଷ ଦିଲୀପ ଜୟସ୍ୱାଲ ଓ ଅନେକ ଭାଜପା ନେତା ଓ
କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
ପାଟନା ବିମାନବନ୍ଦର ବ୍ୟତୀତ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହାଜିପୁର,
ମୁଜଫରପୁର,
ସମସ୍ତିପୁର
ଓ ସୋନପୁର ମଣ୍ଡଳର ବିଭିନ୍ନ ରେଳଷ୍ଟେସନଗୁଡ଼ିକର ନିରୀକ୍ଷଣ କରିଥିଲେ। ନିରୀକ୍ଷଣ ସମୟରେ ସେ
ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଚାଲିଥିବା ବିକାଶ କାର୍ଯ୍ୟଗୁଡ଼ିକର ପ୍ରଗତିର ସମୀକ୍ଷା
କରିଥିଲେ। ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ କହିଛନ୍ତି ଯେ,
ବିମାନବନ୍ଦରକୁ
ଦେଖିବା ସହିତ ଏହିଥିରେ ସ୍ପଷ୍ଟ ହେଉଛି ଯେ ପାଟନା ସହିତ ସମ୍ପୂର୍ଣ୍ଣ ବିହାରରେ ଚାରିଦିଗରେ
ବିକାଶ ହେଉଛି। ଏହି ନିରୀକ୍ଷଣ ସମୟରେ ପୂର୍ବ ମଧ୍ୟ ରେଳର ଜେନେରାଲ୍ ମ୍ୟାନେଜର୍,
ସୋନପୁର
ମଣ୍ଡଳର ଡିଆରଏମଓ ଦରଭଙ୍ଗାରୁ ଭାଜପା ସାଂସଦ ଗୋପାଳ ଜୀ
ଠାକୁର ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
