ଲକ୍ଷ୍ନୌ, 7 ଜୁଲାଇ (ହି.ସ)- କେନ୍ଦ୍ର ପରିବେଶ ,ଜଙ୍ଗଲ ଏବଂ ଜଳବାୟୁ
ପରିବର୍ତ୍ତନ ରାଷ୍ଟ୍ର ମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହଙ୍କ ପିତା ଏବଂ ପୁର୍ବତନ ମନ୍ତ୍ରୀ
ଆନନ୍ଦ ସିଂହଙ୍କ ରବିବାର ବିଳମ୍ବିତ ରାତିରେ ଲକ୍ଷ୍ନୌରେ ଦେହାନ୍ତ ହୋଇଛି।ଅନ୍ତିମ ଯାତ୍ରା ଆଜି
(7 ଜୁଲାଇ)ଅପରାହ୍ନ 3ଟା ସମୟରେ ବାସଭବନ ମନକାପୁର କୋଟ ,ଗୋଣ୍ଡାରେ ସମ୍ପନ୍ନ ହେବ।ଏହି ସୁଚନା କେନ୍ଦ୍ର ରାଜ୍ୟ ମନ୍ତ୍ରୀ
କିର୍ତ୍ତୀ ବର୍ଦ୍ଧନ ସିଂହ ନିଜ ଶୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଦେଇଛନ୍ତି।ସେ ଲେଖିଛନ୍ତି ଆପଣ
ସମସ୍ତଙ୍କୁ ବହୁତ ଦୁଃଖର ସହିତ ଜଣାଇବାକୁ ଚାହୁଁଛି ଯେ ଆଜି ରାତରେ ମୋ ବାପା ସମସ୍ତଙ୍କର
ଅଭିଭାବକ(ଆନନ୍ଦ ସିଂହ)ପୁର୍ବତନ ମନ୍ତ୍ରୀ ଉତ୍ତରପ୍ରଦେଶ
ଏବଂ ପୁର୍ବତନ ସାଂସଦଙ୍କ ଦେହାନ୍ତ ହୋଇଯାଇଛି। ବାପାଙ୍କ ମୃତ୍ୟୁ ମୋ ଜୀବନର ଏକ ଅପୁରଣୀୟ
କ୍ଷତି। ବାପାଙ୍କ ଶେଷ ଯାତ୍ରା ଆଜି ଅପରାହ୍ନ 3ଟା ସମୟରେ ମୋ ବାସଭବନ ମନକାପୁର କୋଟ,ଗୋଣ୍ଡାରେ
ସମ୍ପନ୍ନ ହେବ।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
