• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଭାରତ ହେଉଛି ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିସମ୍ପନ୍ନ ଅର୍ଥନୀତି, ଚଳିତ ବର୍ଷ ମଧ୍ୟ ଜିଡିପି ଅଭିବୃଦ୍ଧି ୬.୫ ରହିବା ଆକଳନ କଲା ରିଜର୍ଭ ବ୍ୟାଙ୍କ
National

ଭାରତ ହେଉଛି ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିସମ୍ପନ୍ନ ଅର୍ଥନୀତି, ଚଳିତ ବର୍ଷ ମଧ୍ୟ ଜିଡିପି ଅଭିବୃଦ୍ଧି ୬.୫ ରହିବା ଆକଳନ କଲା ରିଜର୍ଭ ବ୍ୟାଙ୍କ

CliQ INDIA
Last updated: July 7, 2025 2:00 am
CliQ INDIA
Share
6 Min Read
SHARE

ନୂଆଦିଲ୍ଲୀ, 07 ଜୁଲାଇ (ହି.ସ.)ବିଶ୍ୱର ସବୁଠାରୁ ଅଧିକ ପ୍ରଗତିଶୀଳ ଅର୍ଥନୀତି ହେଉଛି ଭାରତ। ଏହାର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି) ଗତବର୍ଷ ବିଶ୍ୱରେ ସବୁଠାରୁ ଆଗୁଆ ରହିଥିଲା। ଚଳିତ ବର୍ଷ ମଧ୍ୟ ଭାରତର ପ୍ରକୃତ ଜିଡିପି ୬.୫ ପ୍ରତିଶତ ହାରରେ ଅଗ୍ରଗତି କରିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଦୃଢ଼ ଘରୋଇ ଚାହିଦା, ମୁଦ୍ରାସ୍ଫୀତିରେ ହ୍ରାସ, ଦୃଢ଼ ପୁଞ୍ଜି ବଜାର ଏବଂ ବର୍ଦ୍ଧିତ ରପ୍ତାନି ଦ୍ୱାରା ଦେଶରେ ଏହି ଅର୍ଥନୈତିକ ସ୍ଥିରତା ଏବଂ ସନ୍ତୁଳନ ରକ୍ଷା କରାଯାଇପାରିଛି। ସୁସ୍ଥ ବୈଦେଶିକ ମୁଦ୍ରା ଭଣ୍ଡାର, ଏକ ପରିଚାଳନାଯୋଗ୍ୟ ଚଳନ୍ତି ଖାତା ନିଅଣ୍ଟ ଏବଂ ବର୍ଦ୍ଧିତ ବିଦେଶୀ ପୁଞ୍ଜି ନିବେଶ ଭଳି ପ୍ରମୁଖ ସୂଚକଗୁଡ଼ିକ ଭାରତର ଦୀର୍ଘକାଳୀନ ସମ୍ଭାବନାକୁ ଅଧିକ ସୁଦୃଢ଼ କରିବା ସହ ଭାରତୀୟ ଅର୍ଥନୀତି ପ୍ରତି ବିଶ୍ୱର ଆସ୍ଥା ବୃଦ୍ଧି କରୁଛି।

ଅର୍ଥନୀତିର ଏହି ପ୍ରଗତି ଓ ଦୃଢ଼ତାକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ଏହି ବୈଶ୍ୱିକ ପରିବେଶରେ, ଭାରତୀୟ ଅର୍ଥନୀତି ବିଶ୍ୱ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ହୋଇଛି। ଦୃଢ଼ ଘରୋଇ ଅଭିବୃଦ୍ଧି କାରକ, ଉନ୍ନତ ମାକ୍ରୋଇକୋନୋମିକ ମୂଲ୍ୟତତ୍ତ୍ୱ ଏବଂ ସମୟୋପଯୋଗୀ ନୀତିଗୁଡ଼ିକ ଅଭିବୃଦ୍ଧିର ଗତିକୁ ପରିଚାଳନା କରୁଛନ୍ତି।

ଭାରତର ଏହି ଲଗାତାର ଆର୍ଥିକ ଅଭିବୃଦ୍ଧିକୁ ଅନ୍ୟ ଏଜେନ୍ସୀମାନେ ମଧ୍ୟ ସମର୍ଥନ କରିଛନ୍ତି। ସଂଯୁକ୍ତ ରାଷ୍ଟ୍ର ଭାରତର ଅର୍ଥନୀତିକୁ ଅନୁଶୀଳନ କରି ବାର୍ଷିକ ଜିଡିପି ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରିଛି। ସେହିପରି ଭାରତୀୟ ଉଦ୍ୟୋଗ ମହାସଂଘ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧିହାର ୬.୭୦ ରହିବ ବୋଲି ପୂର୍ବାନୁମାନ କରିଛନ୍ତି।

ନିରନ୍ତର ଭାବେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢ଼ିଛି। ଯଦି ଭାରତର ସମୁଦାୟ ଘରୋଇ ଉତ୍ପାଦର ମୁଲ୍ୟକୁ ଆକଳନ କରାଯାଏ ତେବେ ୨୦୧୪-୧୫ରେ ଏହା ୧୦୬.୫୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୩୩୧.୦୩ ଲକ୍ଷ କୋଟି ଟଙ୍କା ପହଞ୍ଚିବା ଆଶା ରହିଛି। ଅର୍ଥାତ୍‍ ଏହି ୧୦ ବର୍ଷରେ ଆର୍ଥିକ ପ୍ରଗତି ତିନିଗୁଣା ବଢ଼ିଛି।

ଅର୍ଥନୀତିରେ ବିକାଶ ସହ ଭାରତର ମୂଦ୍ରାସ୍ଫୀତିରେ ମଧ୍ୟ ଲଗାତାର ହ୍ରାସ ପରିଲକ୍ଷିତ ହୋଇଛି। ମେ’ ୨୦୨୫ରେ ବାର୍ଷିକ ଆଧାରରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ( ସିପିଆଇ) ମୂଦ୍ରାସ୍ଫୀତି ୨.୮୨ ପ୍ରତିଶତ ରହିଛି। ଏହା ଫେବୃୟାରୀ ୨୦୧୯ ପରେ ସର୍ବନିମ୍ନ ଭାବେ ଗ୍ରହଣ କରାଯାଏ। ଗତ ମାସରେ ମୂଦ୍ରାସ୍ଫିତୀ ୩୪ ବେସିସ୍‍ ପଏଣ୍ଟସ୍‍ ହ୍ରାସ ପାଇଥିବା ରେକର୍ଡ କରାଯାଇଛି। ଆସନ୍ତା ଦିନମାନଙ୍କରେ ଆହୁରି ହ୍ରାସ ପାଇବା ସମ୍ଭାବନା ବ୍ୟକ୍ତ କରିଛି ଆର୍ବିେଆଇ।

ଭାରତର ଏହି ଅର୍ଥ ବ୍ୟବସ୍ଥା ଉପରେ ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ପୁଞ୍ଜି ବଜାର ମଧ୍ୟ ଭରସା କରିଥିବା ସ୍ପଷ୍ଟ ହୋଇଛି। ଡିସେମ୍ବର ୨୦୨୪ ଯାଏ ପୁଞ୍ଜିବଜାର ମଜବୁତ ପ୍ରଦର୍ଶନ କରିଥିଲା। ଏପରିକି କୌଣସି ଉଦୀୟମାନ ଅର୍ଥନୀତି ତୁଳନାରେ ଏହା ସବୁଠାରୁ ଆଗରେ ରହିଥିଲା।

ପ୍ରାଥମିକ ବଜାର ଯେଉଁଠାରେ କମ୍ପାନୀମାନେ ସାଧାରଣ ଜନତାଙ୍କୁ ଶେୟାର ବିକ୍ରି କରି ପୁଞ୍ଜି ଆୟ କରନ୍ତି ତାହା ସକ୍ରିୟ ରହିଛି। ଏପ୍ରିଲରୁ ଡିସେମ୍ବର ୨୦୨୪ ମଧ୍ୟରେ ଭାରତରେ ୨୫୯ଟି ଆଇପିଓ ଆସିଛି। ପୂର୍ବବର୍ଷ ତୁଳନାରେ ଏହା ୩୨.୧ ପ୍ରତିଶତ ଅଧିକ। ଏହି ଆଇପିଓ ଦ୍ୱାରା ୧ଲକ୍ଷ ୫୩ ହଜାର ୯୮୭କୋଟି ଟଙ୍କା କମ୍ପାନୀମାନେ ଅର୍ଜନ କରିଛନ୍ତି।

ଏହି ସ୍ଥିର ପ୍ରଗତିଶୀଳ ଅର୍ଥନୀତିଯୋଗୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ଭାରତରେ ବଢ଼ିବାରେ ଲାଗିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପ୍ରାୟ ୮୧.୦୧ ବିଲିୟନ ଡଲାର ହୋଇଛି। ଯାହା ୨୦୨୩-୨୪ ଆର୍ଥିକ ବର୍ଷରେ ୭୧.୨୮ ବିଲିୟନ ଆମେରିକୀୟ ଡଲାର ଥିଲା। ଏହା ୧୪ ପ୍ରତିଶତ ଏଫ୍ଡି୫ଆଇ ବୃଦ୍ଧିକୁ ଦର୍ଶାଉଛି। ନିବେଶକ ଅନୁକୂଳ ଏଫ୍ଡିରଆଇ ନୀତି ଯାହା ଅନେକ କ୍ଷେତ୍ରରେ ୧୦୦ ପ୍ରତିଶତ ଏଫ୍ଡିିଆଇକୁ ଅନୁମତି ଦେଉଛି ତାହାର ପ୍ରଭାବ ସ୍ୱରୂପ ଆଜି ଦେଶରେ ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ଆଗ୍ରହ ବଢ଼ିଛି।

୨୦ ଜୁନ୍‍ ୨୦୨୫ ଯାଏ ଭାରତରେ ବିଦେଶୀ ମୁଦ୍ରା ଭଣ୍ଡାର ୬୯୭.୯ ବିଲିୟନ ଆମେରିକୀୟ ଡଲାର ଥିଲା। ଏହି ପରିମାଣ ୧୧ ମାସ ଯାଏ ବୈଶ୍ୱିକ ମାଲ ଆମଦାନୀକୁ ପୂରଣ କରିବାରେ ସକ୍ଷମ। ଅର୍ଥାତ୍‍ ଭାରତର ଅର୍ଥନୀତି କୌଣସି ବୈଶ୍ୱିକ ମାନ୍ଦାବସ୍ଥାକୁ ମୁକାବିଲା କରିବା ପାଇଁ ସକ୍ଷମ। ଏହାର ଅର୍ଥ ରପ୍ତାନୀ କମିଲା ମଧ୍ୟ ଆମଦାନୀ ସାମଗ୍ରୀ ପାଇଁ ଅର୍ଥ ପରିଶୋଧ କରିବାକୁ ଭାରତ ପାଖରେ ପର୍ଯ୍ୟାପ୍ତ ବିଦେଶୀମୂଦ୍ରା ରହିଛି।

ଗଲା ଏକ ବର୍ଷ ଭିତରେ ଭାରତର ଚାଲୁଖାତା ବାଲାନ୍ସରେ ମଧ୍ୟ ଉନ୍ନତି ଆସିଛି। ୨୦୨୪-୨୫ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକରେ ଚାଲୁଖାତା ବାଲାନ୍ସ ୧୩.୫ ବିଲିୟନ ଆମେରିକୀୟ ଡଲାର ଥିଊର। ଯାହା ଜିଡିପିର ୧.୩ ପ୍ରତିଶତ। ଅପରପକ୍ଷେ ବିଗତ ବର୍ଷ ଏହି ଚାଲୁଖାତା ବାଲାନ୍ସ ୪.୬ ବିଲିୟନ ଡଲାର ଥିଲା। ଯାହା ଜିଡିପିର ୦.୫%। ଏହା ଭାରତର ବଢ଼ୁଥିବା ଅର୍ଥନୀତିକ ଶକ୍ତି ଏବଂ ବିଦେଶୀ ପୁଞ୍ଜି ପ୍ରବେଶକୁ ଦର୍ଶାଉଛି।

୨୦୨୪-୨୫ରେ ଚାଲୁଖାତା ନିଅଣ୍ଟ କେବଳ ୦.୬ପ୍ରତିଶତରେ ସୀମିତ ରହିଛି। ଏହି ନିଅଣ୍ଟ କମ୍‍ ହେବାର କାରଣ ପଛରେ ରହିଛି ଆମର ମଜଭୁତ ସେବା ରପ୍ତାନୀ ଏବଂ ବିଦେଶରେ ରହୁଥିବା ଭାରତୀୟଙ୍କ ଦ୍ୱାରା ପୁଞ୍ଜି।

ଭାରତର ରପ୍ତାନୀ କ୍ଷେତ୍ରକୁ ଦେଖିଲେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୮୨୪.୯ ବିଲିୟନ ଡଲାରକୁ ଛୁଇଁଥିଲା। ଯାହା ୨୦୨୩-୨୪ରେ ୭୮.୧ ବିଲିୟନ ଡଲାର ଥିଲା। ଦୁଇ ବର୍ଷକୁ ତୁଳନା କଲେ ଏଥିରେ ୬.୦୧ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ଏହି ରପ୍ତାନୀ ୪୬୬.୨୨ ବିଲିୟନ ଡଲାର ଥିଲା।

ବିଗତ ବର୍ଷମାନଙ୍କରେ ଭାରତର ସେବା ରପ୍ତାନୀ ଦ୍ରୁତ ଗତିରେ ବଢ଼ିଛି। ୨୦୨୪-୨୫ରେ ଭାରତ ୩୮୭.୫ ବିଲିୟନ ଡଲାର ମୁଲ୍ୟର ସେବା ରପ୍ତାନୀ କରିଛି। ବିଗତ ବର୍ଷ ଏହି ପରିମାଣ ୩୪୧.୧ ବିଲିୟନ ଡଲାର ଥିଲା। ଏକ ଦଶନ୍ଧି ପୂର୍ବେ ୨୦୨୩-୧୪ରେ ସେବା ରପ୍ତାନୀ ମୂଲ୍ୟ ୧୫୨ ବିଲିୟନ ଆମେରିକୀୟ ଡଲାର ରହିଥିଲା। ମୁଖ୍ୟତଃ ଆଇଟି, କନ୍ସବଲ୍ଟିଂ, ବିତ୍ତ ଏବଂ ଡିଜିଟା ଉଦଞୋଗ କ୍ଷେତ୍ରରେ ଉଚ୍ଚ ଗୁଣବତ୍ତାସମ୍ପନ୍ନ ସେବା ରପ୍ତାନୀ ଭାରତର କ୍ଷମତାକୁ ଦର୍ଶାଉଛି।

ରପ୍ତାନୀରେ ବୃଦ୍ଧି ଗତ ବର୍ଷଗୁଡ଼ିକରେ ଭାରତରେ ଏହି ସେବା ଓ ବସ୍ତୁର ପ୍ରସ୍ତୁତି ବୃଦ୍ଧିକୁ ମଧ୍ୟ ନିରୂପିତ କରୁଛି। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଅନୁସାରେ ସ୍ଥିର ମୂଲ୍ୟରେ ନିର୍ମଣର ସାମଗ୍ରିୟ ମୂଲ୍ୟ ବର୍ଦ୍ଧନ( ଜିବିଏ ୨୦୧୩-୧୪ରେ ପ୍ରାୟ ୧୫.୬ ଲକ୍ଷ କୋଟି ଥିଲା। ଏହା ୨୦୨୩ରେ ୨୭.୫ ଲକ୍ଷ କୋଟିରେ ପହଞ୍ଚିଛି। ଅର୍ଥନୀତିରେ ଏହି କ୍ଷେତ୍ରର ଅଂଶ ପ୍ରାୟ ୧୭.୩%ରେ ସ୍ଥିର ରହିଛି। କିନ୍ତୁ ଉତ୍ପାଦନରେ ପ୍ରାୟ ଦୁଇଗୁଣା ଅଭିବୃଦ୍ଧି ହୋଇଛି।

ଗତ ବର୍ଷରେ ଭାରତର ଅର୍ଥନୈତିକ ପ୍ରଦର୍ଶନ କେବଳ ପ୍ରଗତି ନୁହେଁ ବରଂ ସ୍ଥିରତା ଏବଂ ଉଚିତ ମାର୍ଗଦର୍ଶନକୁ ପ୍ରତିଫଳିତ କରୁଛି। ପ୍ରକୃତ ଜିଡିପି ୬.୫ ପ୍ରତିଶତରେ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ବର୍ଷ ବର୍ଷ ଧରି ସର୍ବନିମ୍ନ ସ୍ତରକୁ ଖସିବା ଦ୍ୱାରା, ଦେଶ ଏହା ସ୍ପଷ୍ଟ କରିଛି ଯେ ଯେ ଏହା ମୂଲ୍ୟ ସ୍ଥିରତା ସହିତ ଅର୍ଥନୀତିର ବିସ୍ତାରକୁ ସନ୍ତୁଳିତ କରିପାରିବ। ଅପରପକ୍ଷେ ପୁଞ୍ଜି ବଜାରରେ ଦୃଢ଼ ଅଂଶଗ୍ରହଣ, ରପ୍ତାନିର ଉଚ୍ଚ ସ୍ତର ଏବଂ ସୁସ୍ଥ ବିଦେଶୀ ମୁଦ୍ରା ଭଣ୍ଡାର ଘରୋଇ ଏବଂ ବିଦେଶରେ ଭାରତର ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସକୁ ସୂଚିତ କରୁଛି।

ହିନ୍ଦୁସ୍ଥାନ ସମାଚାର / ଅନିଲ

You Might Also Like

ଗୋଆ ଅଘଟଣକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବେ କେନ୍ଦ୍ର ସରକାର
ପ୍ରଧାନମନ୍ତ୍ରୀ ମୋଦୀ ରୋଜଗର ମେଳା 2026: ସାରା ଭାରତରେ 51 ହଜାର ନିଯୁକ୍ତି ପତ୍ର ବଣ୍ଟନ କରାଯିବ
କେନ୍ଦ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହଙ୍କ ପିତା ଆନନ୍ଦ ସିଂହଙ୍କ ଦେହାନ୍ତ,ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଯୋଗୀ
ପଶ୍ଚିମବଙ୍ଗ ନିର୍ବାଚନ ଗଣନା ତୀବ୍ର ଉତ୍ତେଜନା ମମତା ବନ୍ଦୋପାଧ୍ୟାୟ ଇଭିଏମ ଅନିୟମିତତା ଅଭିଯୋଗ କରିଛନ୍ତି
ରାଷ୍ଟ୍ରପତି ମୁର୍ମୁଙ୍କ ୩ ଦିନିଆ ଅଯୋଧ୍ୟା ଗସ୍ତ ଆରମ୍ଭ, ରାମ ମନ୍ଦିରରେ କରିବେ ପୂଜାର୍ଚ୍ଚନା

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଓଡ଼ିଶା ବାଚସ୍ପତି ସୁରମା ପାଢ଼ୀଙ୍କୁ ସମସ୍ୟା ଜଣାଇଲେ ଛାତ୍ରଛାତ୍ରୀ
Next Article ଡଃ ମୁଖାର୍ଜୀଙ୍କ ପରି ଜଣେ ମହାନ ଜନନାୟକଙ୍କ ପାଇଁ ଏ ଦେଶ ସର୍ବଦା ଗର୍ବିତ – ମୁଖ୍ୟମନ୍ତ୍ରୀ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?