• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ
National

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ

CliQ INDIA
Last updated: July 5, 2025 4:10 pm
CliQ INDIA
Share
3 Min Read
SHARE

-ଏକ ଗୌରବଶାଳୀ ଗଣତନ୍ତ୍ର ତଥା ବନ୍ଧୁ ରାଷ୍ଟ୍ରର ନିର୍ବାଚିତ ପ୍ରତିନିଧିମାନଙ୍କ ସମ୍ମୁଖରେ ଛିଡ଼ା ହୋଇ ମୁଁ ନିଜକୁ ସମ୍ମାନିତ ମନେ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, 05 ଜୁଲାଇ (ହି.ସ.) ସିନେଟ ପ୍ରେସିଡେଣ୍ଟ ମହାମହିମ ୱାଡେ ମାର୍କ ଏବଂ ଗୃହର ବାଚସ୍ୱତି ମହାମହିମ ଜଗଦେଓ ସିଂହଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିନିଦାଦ ଓ ଟୋବାଗୋ (ଟି ଆଣ୍ଡ ଟି) ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ତ୍ରିନିଦାଦ ଓ ଟୋବାଗୋର ସଂସଦକୁ ସମ୍ବୋଧିତ କରିବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ଏହି ଅବସର ଭାରତ-ତ୍ରିନିଦାଦ ଓ ଟୋବାଗୋ ଦ୍ୱିପାକ୍ଷିକ ସମ୍ପର୍କର ମାଇଲଖୁଣ୍ଟ ହୋଇ ରହିବ ।

ମାନନୀୟ ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପକ୍ଷରୁ ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ସଦିଚ୍ଛା ଜଣାଇଥିଲେ । ତାଙ୍କୁ ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରାଯାଇଥିବାରୁ ସେ ତ୍ରିନିଦାଦ ଓ ଟୋବାଗୋର ଜନସାଧାରଣଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ । ଭାରତୀୟ ଗଣତନ୍ତ୍ରର ଜୀବନ୍ତତାକୁ ବର୍ଣ୍ଣନା କରି ସେ ଉଲ୍ଲେଖ କରିଥିଲେ, ଗଣତନ୍ତ୍ରର ସ୍ରଷ୍ଟା ଭାବେ ଭାରତ ଏହି ଅଭ୍ୟାସକୁ ଏହାର ସଂସ୍କୃତି ଓ ଜୀବନର ଅଭିନ୍ନ ଅଂଶରେ ପରିଣତ କରିଛି । ସେ ଉଲ୍ଲେଖ କରିଥିଲେ, ଏହି ପନ୍ଥା ଭାରତୀୟ ବିବିଧତାକୁ ସଫଳ ଓ ସମୃଦ୍ଧ କରିଛି । ଏହା ସମସ୍ତ ଚିନ୍ତାଧାରାର ଅସ୍ତିତ୍ୱ ବଞ୍ଚାଇ ରଖିଛି ଏବଂ ସଂସଦୀୟ ଆଲୋଚନା ଏବଂ ସାର୍ବଜନୀନ ତର୍କକୁ ସମୃଦ୍ଧ କରିଛି ।

ତ୍ରିନିଦାଦ ଓ ଟୋବାଗୋକୁ ସଫଳ ଗଣତାନ୍ତ୍ରିକ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ, ତ୍ରିନିଦାଦ ଓ ଟୋବାଗୋର ଜନସାଧାରଣ ସ୍ୱାଧୀନତାର ରାସ୍ତାରେ ଏକଜୁଟ ହୋଇ ଛିଡ଼ା ହୋଇଥିବାରୁ ଭାରତ ନିଜକୁ ସମ୍ମାନିତ ମନେ କରୁଛି । ସେ ଗୁରୁତ୍ୱାରୋପ କରି କହିଥିଲେ, ଦୁଇ ଦେଶ ମଧ୍ୟରେ ଗଭୀର ବନ୍ଧନ ରହିଛି । ଦୁଇ ଗଣତନ୍ତ୍ର ମଧ୍ୟରେ ଥିବା ଘନିଷ୍ଠ ସମ୍ବନ୍ଧକୁ ଉଲ୍ଲେଖ କରି ସେ କହିଥିଲେ, ଏହା ଭାରତ ଦ୍ୱାରା ଉପହାର ଦିଆଯାଇଥିବା ବାଚସ୍ପତିଙ୍କ ଚେୟାରରେ ପ୍ରତିବିମ୍ବିତ ହେଉଛି । ଦ୍ୱିପାକ୍ଷିକ ସଂସଦୀୟ ଆଦାନପ୍ରଦାନକୁ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ । ଗୃହରେ ମହିଳା ସାଂସଦମାନଙ୍କ ଉଲ୍ଲେଖନୀୟ ଉପସ୍ଥିତିରେ ସନ୍ତୋଷ ପ୍ରକାଶ କରିଥିଲେ । ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ପାଇଁ ଭାରତ ନେଇଥିବା ଐତିହାସିକ ପଦକ୍ଷେପ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତର ତଳସ୍ତରରେ କିପରି ମହିଳା ମାନେ ନେତୃତ୍ୱ ନେଉଛନ୍ତି ତାହା ସେ ବର୍ଣ୍ଣନା କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଦେଶର ସ୍ୱାୟତ୍ତ ସଂସ୍ଥା ଗୁଡ଼ିକରେ ୧୫ ଲକ୍ଷ ନିର୍ବାଚିିତ ମହିଳା କିପରି କ୍ଷମତା ପାଇପାରିଛନ୍ତି ସେ ନେଇ ଗୁରୁତ୍ୱାରୋପ କରିଥିଲେ ।

ମାନବତା ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଶାନ୍ତିପ୍ରିୟ ସମାଜ ପ୍ରତି ବଡ଼ ବିପଦ ହୋଇଥିବା ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ବିଶ୍ୱ ସମୁଦାୟ ଏକାଠି ହେବାକୁ ସେ ଆହ୍ୱାନ ଦେଇଥିଲେ । ବୈଶ୍ୱିକ ପ୍ରଶାସନର ସଂସ୍କାର ଏବଂ ଗ୍ଲୋବାଲ ସାଉଥକୁ ତାର ହକ୍ ଦେବାନେଇ ସେ ଆଗ୍ରହ ପ୍ରକାଶ କରିଥିଲେ । ଭାରତ-କାରିକମ୍ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ସେ ପ୍ରତିବଦ୍ଧତା ଜଣାଇଥିଲେ ।

ତ୍ରିନିଦାଦକୁ ଭାରତୀୟଙ୍କ ଆଗମନର ୧୮୦ ବର୍ଷ ପୂର୍ତ୍ତି ଏବେ ପାଳନ ହେଉଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ, ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଶତାବ୍ଦୀ ପୁରୁଣା ବନ୍ଧନର ଭିତ୍ତି ଉପରେ ଆଧାରିତ ଏବଂ ଏହା ଅଧିକ ଗଭୀର ଓ ସମୃଦ୍ଧ ହୋଇଚାଲିବ ।

—————

ହିନ୍ଦୁସ୍ଥାନ ସମାଚାର / ଅନିଲ

You Might Also Like

“ମୋର ଦେଶ ପ୍ରଥମ”: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନକୁ ସେଲେବ୍ରେଟ୍ କରିବା ସଂଗୀତ ନାଟକ, ୭୫ତମ ଜନ୍ମଦିନ ପୂର୍ବରୁ ନାଗରିକଙ୍କୁ ପ୍ରେରଣା ଦେଉଛି
ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ରାଜୌରୀରେ ମିଳିଲା ଆତଙ୍କବାଦୀ ଠିକଣା, ଅସ୍ତ୍ରଶସ୍ତ୍ର ଜବତ | BulletsIn
ଦୁନିଆକୁ ଆଧ୍ୟାତ୍ମ ସହିତ ସଂସ୍କୃତି ଏବଂ ପରମ୍ପରା ସହ ପରିଚିତ କରାଇବ ଅଯୋଧ୍ୟାଭାରତକୁ ଏକକସୂତ୍ରରେ ବାନ୍ଧିବ ରାମକଥା, ରାମଲୀଳା, ଶାସ୍ତ୍ରୀୟ ସଂଗୀତର ଶୃଙ୍ଖଳା
ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର, ଅଶୋଧିତ ତୈଳଦର ବ୍ୟାରେଲ ପିଛା 79 ଡଲାର

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଶ୍ରୀଜୀଉ ଙ୍କ ଅପେକ୍ଷାରେ ନାକଚଣା ଦ୍ୱାର ଓ ୩ ରଥ
Next Article ବାଣପୁର ବ୍ଲକର ଥିବା ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଘୋଷଣା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?