• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ରାଞ୍ଚିରେ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନର ନୂତନ ଆଞ୍ଚଳିକ କେନ୍ଦ୍ର ଉଦଘାଟିତ
National

ରାଞ୍ଚିରେ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନର ନୂତନ ଆଞ୍ଚଳିକ କେନ୍ଦ୍ର ଉଦଘାଟିତ

CliQ INDIA
Last updated: July 5, 2025 10:00 am
CliQ INDIA
Share
4 Min Read
SHARE

ରାଞ୍ଚି, 04 ଜୁଲାଇ (ହି.ସ.) ଝାଡ଼ଖଣ୍ଡର ରାଞ୍ଚି ଠାରେ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନର ନୂତନ ଆଞ୍ଚଳିକ କେନ୍ଦ୍ର ଉଦଘାଟିତ ହୋଇଛି। ପୂର୍ବରୁ ଏହା ଜାତୀୟ ଜନ ସହଯୋଗ ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ରୂପେ ପରିଚିତ ଥିଲା। ଏହି କେନ୍ଦ୍ରର ଉଦଘାଟନ ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।

କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଏହି ଆଞ୍ଚଳିକ କେନ୍ଦ୍ରକୁ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର, ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ସେଠ, ହଟିଆ ବିଧାୟକ ଶ୍ରୀ ନବୀନ ଜୟସୱାଲ, ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଦଘାଟନୀ ସମାରୋହରେ ପ୍ରଶିକ୍ଷାର୍ଥୀ ଝିଅଙ୍କ ସହ ମତବିନିମୟ ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସେମାନେ ନିଜର ବ୍ୟକ୍ତିଗତ ଅନୁଭୂତି ବଖାଣିଥିଲେ। ଏହି ଅବସରରେ ବିଭିନ୍ନ ଧନ୍ଦାମୂଳକ ପାଠ୍ୟକ୍ରମରେ କୃତୀତ୍ୱ ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା। ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନର ଉଲ୍ଲେଖନୀୟ ଯାତ୍ରାକୁ ପ୍ରଦର୍ଶିତ କରୁଥିବା ଏକ ଚଳଚ୍ଚିତ୍ର ମଧ୍ୟ ପ୍ରସାରଣ କରାଯାଇଥିଲା। ଏଥିରେ ସ୍ଥାନୀୟ ପୋଷଣ ଅଭ୍ୟାସ ଏବଂ ମନ୍ତ୍ରଣାଳୟର ପ୍ରମୁଖ ଯୋଜନାଗୁଡ଼ିକ ବିଷୟରେ ମଧ୍ୟ ଅବତାରଣା କରାଯାଇଥିଲା। ନୂତନ ଦୃଷ୍ଟିକୋଣ ଏବଂ ପରିଚୟର ପ୍ରତୀକ ରୂପେ ପ୍ରତିଷ୍ଠାନର ନୂତନ ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଥିଲା।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ମହିଳା ଏବଂ ଶିଶୁ ବିକାଶକୁ ଆଗକୁ ନେବାରେ ଏହି ଆଞ୍ଚଳିକ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ମହିଳା ଏବଂ ଶିଶୁ ବିକାଶ କ୍ଷେତ୍ରରେ କାମ କରିବା କେବଳ ଏକ ପ୍ରଶାସନିକ କର୍ତ୍ତବ୍ୟ ନୁହେଁ – ଏହା ରାଷ୍ଟ୍ର ନିର୍ମାଣ ସହ ମଧ୍ୟ ଜଡ଼ିତ। ଜଣେ ମହିଳା ସଶକ୍ତ ହେଲେ, ପରିବାର ସଶକ୍ତ ହୁଏ। ଗୋଟିଏ ଶିଶୁର ସଠିକ ଲାଳନପାଳନ ହେଲେ, ସମଗ୍ର ସମାଜ ସୁରକ୍ଷିତ ରହିଥାଏ। ରାଞ୍ଚିର ଏହି କେନ୍ଦ୍ର ହଜାର ହଜାର ପ୍ରଶିକ୍ଷକ, ଗବେଷକ, ନୀତି ନିର୍ଦ୍ଧାରକ ଏବଂ ସାମାଜିକ କର୍ମୀ ସୃଷ୍ଟି କରିବ ଯେଉଁମାନେ ଏହି ବାର୍ତ୍ତାକୁ ପ୍ରତ୍ୟେକ ଗାଁଗହଳିକୁ ନେଇଯିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।

ସମାବେଶକୁ ସମ୍ବୋଧିତ କରି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର କହିଥିଲେ ଯେ ସାବିତ୍ରୀବାଇ ଫୁଲେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଏହି ନୂତନ କେନ୍ଦ୍ର କେବଳ ଶିକ୍ଷା ଓ ତାଲିମର କେନ୍ଦ୍ର ଭାବରେ କାର୍ଯ୍ୟ କରିବ ନାହିଁ ବରଂ ନବସୃଜନ, ଗବେଷଣା ଏବଂ ନୀତି ନିର୍ଦ୍ଧାରଣର କେନ୍ଦ୍ର ଭାବରେ ମଧ୍ୟ ଉଭା ହେବ।

ରାଞ୍ଚିରେ ଏହି ଆଞ୍ଚଳିକ କେନ୍ଦ୍ରର ପ୍ରତିଷ୍ଠା ପୂର୍ବ ଭାରତରେ କ୍ଷମତା ନିର୍ମାଣର ବିକେନ୍ଦ୍ରୀକରଣ ଏବଂ ଶେଷ ମାଇଲ ସେବା ଯୋଗାଣକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଝାଡ଼ଖଣ୍ଡ, ବିହାର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକର ନିର୍ଦ୍ଦିଷ୍ଟ ତାଲିମ ଏବଂ ଗବେଷଣା ଆବଶ୍ୟକତା ପୂରଣ କରିବା ପାଇଁ ଏହି କେନ୍ଦ୍ରକୁ ରଣନୀତିକ ଭାବରେ ପ୍ରତିଷ୍ଠା କରାଯାଇଛି। ଏହା ମୁଖ୍ୟତଃ ଆଞ୍ଚଳିକ ଭାବରେ ଉପଯୁକ୍ତ ହସ୍ତକ୍ଷେପ ଏବଂ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ମନ୍ତ୍ରଣାଳୟର ପ୍ରମୁଖ ଯୋଜନା ଯଥା: ମିଶନ ଶକ୍ତି, ମିଶନ ବାତ୍ସଲ୍ୟ ଏବଂ ମିଶନ ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ 2.0 କାର୍ଯ୍ୟକାରୀ କରିବାରେ ସମର୍ଥନ କରିବ।

ନୂତନ କେନ୍ଦ୍ରର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଶିଶୁଙ୍କ ମାର୍ଗଦର୍ଶନ ଏବଂ ପରାମର୍ଶରେ ଏକ ଉନ୍ନତ ଡିପ୍ଲୋମା ପାଠ୍ୟକ୍ରମ ପ୍ରଚଳନ ଏବଂ ଛାମୁଆଁ କର୍ମୀଙ୍କ ପାଇଁ ଉନ୍ନତ ତାଲିମ ମଡ୍ୟୁଲ୍ର ପ୍ରଚଳନ। ଏହି ପଦକ୍ଷେପଗୁଡ଼ିକ ଏହି ଅଞ୍ଚଳରେ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

ପୂର୍ବରୁ, ଏହି ଅଞ୍ଚଳର ରାଜ୍ୟଗୁଡ଼ିକ କ୍ଷମତା-ନିର୍ମାଣ ଆବଶ୍ୟକତା ପାଇଁ ଗୌହାଟୀ ଓ ଲକ୍ଷ୍ନୌରେ ଥିବା ଆଞ୍ଚଳିକ କେନ୍ଦ୍ରଗୁଡ଼ିକ ଉପରେ ନିର୍ଭର କରୁଥିଲେ ଏବଂ ପ୍ରାୟତଃ ଲଜିଷ୍ଟିକ୍ ବାଧାଗୁଡ଼ିକର ସମ୍ମୁଖୀନ ହେଉଥିଲେ। ରାଞ୍ଚି କେନ୍ଦ୍ରର ଉଦଘାଟନ ଏହି ଦୀର୍ଘକାଳୀନ ଆବଶ୍ୟକତାକୁ ପୂରଣ କରିବ ଏବଂ କ୍ଷେତ୍ର-ସ୍ତରୀୟ ଅଂଶୀଦାରମାନଙ୍କ ନିକଟରେ ସାଂସ୍ଥାଗତ ସହାୟତା ପହଞ୍ଚାଇବ।

ଏହି ପ୍ରତିଷ୍ଠାନର ମୁଖ୍ୟାଳୟ ଦିଲ୍ଲୀରେ ଥିବା ବେଳେ ବେଙ୍ଗାଲୁରୁ, ଲକ୍ଷ୍ନୌ, ଇନ୍ଦୋର, ଗୌହାଟୀ ଏବଂ ମୋହାଲିରେ ଆଞ୍ଚଳିକ କେନ୍ଦ୍ର ରହିଛି। ଏଠାରୁ ବାର୍ଷିକ ୧ହଜାର ପେସାଦାର ତାଲିମ ପାଇପାରୁଛନ୍ତି। ପୂର୍ବ ଭାରତରେ ରାଞ୍ଚି କେନ୍ଦ୍ର ବେଶ ପ୍ରଭାବ ପକାଇବ ବୋଲି ଆଶା କରଯାଉଛି। ଏହି ନୂଆ କେନ୍ଦ୍ର କ୍ଷମତା ନିର୍ମାଣକୁ ପ୍ରୋତ୍ସାହନ ଦେବା ସହିତ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଏକ ସମାବେଶୀ, ସଶକ୍ତ ଓ ସୁସ୍ଥ ଭାରତ ଗଠନରେ ସହାୟକ ହେବ।

—————

ହିନ୍ଦୁସ୍ଥାନ ସମାଚାର / ଅନିଲ

You Might Also Like

ଆମେରିକାରେ ଆଖିବୁଜା ଗୁଳିଚାଳନା, 22 ମୃତ
ଭାରତୀୟ ସେନା କିଣିବ ଆଠଟି ଲ୍ୟାଣ୍ଡିଂ ଆଟାକ୍ କ୍ରାଫ୍ଟ ଓ ଛଅଟି ଦ୍ରୁତଗାମୀ ନୌକା ପାକିସ୍ତାନ ଏବଂ ଚୀନ୍ ସୀମାରେ ନଜର ରଖିବ ନୌକା ସର୍ କ୍ରିକ୍ ଅଞ୍ଚଳ ଏବଂ ବ୍ରହ୍ମପୁତ୍ର ନଦୀ ଅବବାହିକା ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳର ସୁରକ୍ଷାରେ ହେବ ସହାୟକ
ଉତ୍ତରପ୍ରଦେଶରେ 41 ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିବା ହାସନଙ୍କ ଘରକୁ କାହିଁକି ବୁଲଡୋଜର ମାଡ ମାରିଲା?
ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ରହ୍ମପୁତ୍ର କ୍ରୁଜରେ 25 ପ୍ରତିଭାଶାଳୀ ବିଦ୍ୟାର୍ଥୀଙ୍କ ସହ କଥା ହେଲେ ପିଏମ ମୋଦି
ଏନ୍‌ଆଇଏ ଉଲ୍‌ଫା-ଆଇ ସହିତ ଜଡିତ ଆଇଇଡି ମାମଲାରେ ଦୁଇ ଅନ୍ୟ ଲୋକଙ୍କୁ କଲା ଗିରଫ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା
Next Article ଯୁବ କୁଲୁତା ସମାଜ ତରଫରୁ ବନ ମହୋତ୍ସବ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?