• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ପ୍ରତିବାଦରେ କର୍ମଚାରୀ ଓ ଅଧିକାରୀଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ
Regional

ପ୍ରତିବାଦରେ କର୍ମଚାରୀ ଓ ଅଧିକାରୀଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ

CliQ INDIA
Last updated: July 1, 2025 8:05 pm
CliQ INDIA
Share
3 Min Read
SHARE

ବିଏମ୍ ସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନରଙ୍କ ଉପରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ

• କର୍ମଚାରୀଙ୍କ ସହ ଧାରଣାରେ ବସିଲେ କର୍ପୋରେଟର

• ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ

ଭୁବନେଶ୍ୱର , 1 ଜୁଲାଇ (ହି.ସ.)ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ଅତିରିକ୍ତ କମିଶନର ତଥା ବରିଷ୍ଠ ଓଏଏସ୍ ଅଫିସର ଶ୍ରୀ ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ । ଅତିରିକ୍ତ କମିଶନର ଶ୍ରୀ ସାହୁ ବିଏମ୍ ସି ମୁଖ୍ୟାଳୟସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଜନ ସାଧାରଣଙ୍କର ଅଭିଯୋଗ ଶୁଣୁଥିବା ବେଳେ ହଠାତ୍ 6ରୁ 7 ଜଣ ଦୁର୍ବୃତ୍ତ ଅଭିଯୋଗ ପ୍ରକୋଷ୍ଠ ଭିତରେ ଜୋର ଜବରଦସ୍ତ ପ୍ରବେଶ କରି ‘ଜଗନ୍ନାଥ ପ୍ରଧାନଙ୍କୁ କଣ କହିଲ’ ବୋଲି ଚଢାଗଳାରେ ପଚାରିଥିଲେ । ଆଜି ତାଙ୍କ ସହ କଥା ହୋଇଥିଲି ବୋଲି ସେ କହିଥିଲେ । ଏହି କଥା ଶୁଣିବା ପରେ 29 ନମ୍ବର କର୍ପୋରେଟର ଶ୍ରୀ ଜୀବନ ରାଉତଙ୍କ ଉପସ୍ଥିତିରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ସେମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ସେଠାରେ ଉପସ୍ଥିତ ଥିବା ଲୋକ ପ୍ରତିନିଧି, ଅଫିସର, ବିଏମ୍ ସି କର୍ମଚାରୀ ଏବଂ ଅଭିଯୋଗ ନେଇ ଆସିଥିବା ନାଗରିକଙ୍କ ସମ୍ମୁଖରେ ଘୋଷାରି ଘୋଷାରି ମୁହଁ, ଛାତି ଆଦି ଶରୀରର ବିଭିନ୍ନ ସ୍ଥାନକୁ ବିଧା ଗୋଇଠା ଆଦି ଅତି ନୃଶଂସ ଭାବେ ମାରିଥିଲେ । ସେ ଜୀବନ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଥାନ୍ତି । ତାଙ୍କୁ ଘୋଷାରି ଘୋଷାରି ନେଇ ସେମାନେ ଆଣିଥିବା ଗାଡି ଭିତରେ ଭର୍ତ୍ତିକରି ଅପହରଣ କରି ନେବାକୁ ଉଦ୍ୟମ କରିଥିଲେ ଏବଂ କହୁଥିଲେ, ‘ତୁ ଆସ ଜଗନ୍ନାଥ ପ୍ରଧାନଙ୍କୁ ଭୁଲ୍ ମାଗିବୁ’ । ତାଙ୍କର ସମସ୍ତ ଅନୁରୋଧ ସତ୍ୱେ ସେମାନେ ତାଙ୍କୁ ବିଧା ଗୋଇଠା ମାରିଚାଲିଥାନ୍ତି । ମାରି ମାରି ତାଙ୍କ ମୁହଁରୁ ରକ୍ତ ବାହାର କରିବା ସହ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ମାତ୍ର କିଛି କର୍ମଚାରୀ ସେଠାରେ ପହଞ୍ଚି ପାଟିତୁଣ୍ଡ କରିବାରୁ, ସେମାନେ ଛାଡି ପଳାଇଥିଲେ ଏବଂ ତାଙ୍କ ଜୀବନ ରକ୍ଷା ହୋଇପାରିଲା । ସେମାନେ ଶ୍ରୀ ସାହୁଙ୍କ ମୋବାଇଲକୁ ଜୋର ଜବରଦସ୍ତ ଛଡାଇ ନେଇ ତାଙ୍କ ହ୍ୱାଟ୍ସଆପ୍ ଷ୍ଟାଟସରେ ଅଶ୍ଳିଳ ଚିତ୍ର ଓ ଲେଖା ଅପଲୋଡ କରିଛନ୍ତି । ଯାହାର ଫଟୋ ଚିତ୍ର ମଧ୍ୟ ପୋଲିସକୁ ଦିଆଯାଇଛି ।

ଏହି ଘଟଣାରେ ତାଙ୍କର ଗୁରୁତର ଶାରୀରିକ ଆଘାତ ଲାଗିବା ସହ ତାଙ୍କୁ ଗଭୀର ମାନସିକ ଅବସାଦ ପହଞ୍ଚାଇଛି । ଏହା ସାଙ୍ଗକୁ ସରକାରୀ କାର୍ଯ୍ୟାଳୟ ଓ କାର୍ଯ୍ୟ ପରିଚାଳନାରେ ଜବରଦସ୍ତ ହଙ୍ଗାମା କରିବା ସହିତ ଏହି ଅଜଣା ବ୍ୟକ୍ତିମାନେ ଜବରଦସ୍ତ ଉଠାଇ ନେବା, ସର୍ବସାଧାରଣଙ୍କ ସମ୍ମୁଖରେ ଅପମାନିତ କରିବା, ବିଧା ଗୋଇଠା ମାରିବା, ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା, ଜୀବନ ପ୍ରତି ଧମକ ଦେଇ ଭୟ ସଂଚାର କରାଇବା ଆଦି ଲାଞ୍ଛନା ପରି ଅପରାଧିକ କାର୍ଯ୍ୟକଳାପ କରିଥିବା ଲୋକଙ୍କ ବିରୋଧରେ ଜରୁରୀ ଓ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ବିଭିନ୍ନ ଦଫାରେ ମାମଲା ରୁଜୁ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏଫଆଇଆରରେ ଉଲ୍ଲେଖ କରିଛନ୍ତି । ସେମାନଙ୍କୁ ଚିହ୍ନଟ କରିବାରେ ସେ ସହାୟତା କରିବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି । ଏହି ଘଟଣାରେ ପୋଲିସ ତୁରନ୍ତ ହସ୍ତକ୍ଷେପ କରିବା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି ।

ଏହି ଘଟଣା ପରେ ବିଏମ୍ ସି କାର୍ଯ୍ୟାଳୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର ପ୍ରତିବାଦରେ ଆଜି ବିଏମ୍ ସିର ସମସ୍ତ କର୍ମଚାରୀ ଓ ଅଧିକାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଏ ସଂପର୍କରେ ଖାରବେଳ ନଗର ଥାନାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମାମଲା ଦାଏର କରାଯାଇଛି ।

ଏଠାରେ ସୂଚନା ଯୋଗ୍ୟ କି, ଘଟଣାସ୍ଥଳରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, କିଛି କର୍ପୋରେଟର ଓ କିଛି କର୍ମଚାରୀ, ଘଟଣାସ୍ଥଳରେ ପହଞ୍ଚି ଯିବାରୁ ସେମାନେ ତାଙ୍କୁ ଛାଡି ପଳାଇଥିଲେ । ମାନନୀୟା ମେୟର ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

—————

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା

You Might Also Like

ସମ୍ବଲପୁରରେ ଏନକାଉଂଟର – Hindusthan Samachar Odia
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବି କଲା କଂଗ୍ରେସ
କାର୍ତ୍ତିକ ବ୍ରତ ଉଦଯାପିତ – Hindusthan Samachar Odia
ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
ଗରଦପୁର ସତ୍ୟସାଇ ବିଷ୍ଣୁମୋହନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଳିତ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ବସ ହାଇୱେ ପଛରୁ ଧକ୍କା ଦେଲା,ଜଣେ ମହିଳା ସମେତ 3ଜଣ ଲୋକଙ୍କ ମୃତ୍ୟୁ
Next Article ପଟନା ବିମାନ ବନ୍ଦରକୁ ବୋମା ପକାଇ ଉଡାଇଦେବାକୁ ଧମକ ,ସୁରକ୍ଷାବ୍ୟବସ୍ଥା କଡାକଡି
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?