• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ର ରକ୍ଷା କରିବାରେ ସଂଘ ପରିବାରର ବଡ଼ ଭୂମିକା, ଯୁବପିଢ଼ିଙ୍କୁ ଏହାର ଇତିହାସ ଜାଣିବା ଆବଶ୍ୟକ : ନିତିନ୍ ଗଡକରି
National

ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ର ରକ୍ଷା କରିବାରେ ସଂଘ ପରିବାରର ବଡ଼ ଭୂମିକା, ଯୁବପିଢ଼ିଙ୍କୁ ଏହାର ଇତିହାସ ଜାଣିବା ଆବଶ୍ୟକ : ନିତିନ୍ ଗଡକରି

CliQ INDIA
Last updated: June 27, 2025 10:50 am
CliQ INDIA
Share
3 Min Read
SHARE

ଜରୁରୀକାଳର 50 ବର୍ଷ ପୂର୍ତି ଅବସରରେ ହିନ୍ଦୁସ୍ଥାନ ସମାଚାର ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ

ନୂଆ ଦିଲ୍ଲୀ, ୨୬ ଜୁନ (ହି.ସ.)। କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ୍ ଗଡକରି ଗୁରୁବାର ଦିନ କହିଛନ୍ତି ଯେ, ୧୯୭୫ ମସିହାରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ରକୁ ହତ୍ୟା କରିବାର ଚେଷ୍ଟା ହୋଇଥିଲା ଏବଂ ଗଣତନ୍ତ୍ରକୁ ରକ୍ଷା କରିବାକୁ ରାଷ୍ଟ୍ରୀୟ ସେବକ ସଂଘ ଓ ଏହାରୁ ପ୍ରେରିତ ସଂଗଠନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ କହିଛନ୍ତି ଯେ, ଆଜିର ଯୁବପିଢ଼ିକୁ ଜରୁରୀକାଳ ଓ ସେଥିସହିତ ଜଡିତ ଭୟାବହ ଇତିହାସ ବିଷୟରେ ନିଶ୍ଚିତ ଭାବେ ଜାଣିବା ଓ ବୁଝିବା ଦରକାର।

କେନ୍ଦ୍ରୀୟ ମନ୍ତ୍ରୀ ନିତିନ୍ ଗଡକରି ଜରୁରୀକାଳୀନ ପରିସ୍ଥିତିର 50 ବର୍ଷ ପୂରଣ ଅବସରରେ ବହୁଭାଷୀ ସମ୍ବାଦ ସରବରାହ ଏଜେନ୍ସୀ ହିନ୍ଦୁସ୍ଥାନ ସମାଚାର ର ତତ୍ତ୍ୱାବଧାନରେ ଡ଼. ଅମ୍ବେଡକର ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଏହା କହିଛନ୍ତି ।

ଗଡକରି କହିଛନ୍ତି, ସେତେବେଳେର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କର ସତ୍ତା ବଞ୍ଚାଇବା ପାଇଁ ସଂବିଧାନର ମୂଳ ଭାବନାକୁ ବଦଳାଇଥିଲେ, ପ୍ରେସ, ସଂସଦ ଓ ନ୍ୟାୟପାଳିକା ଉପରେ ଚାପ ପକାଯାଇଥିଲା। ସେ କହିଛନ୍ତି ଯେ, ସେ ସମୟରେ ଏପରି ଭୟଙ୍କର ପରିସ୍ଥିତି ଥିଲା ଯେ ଲୋକେ ନିଜ ଅଧିକାର ପାଇଁ ମଧ୍ୟ ସ୍ୱର ଉଠାଇପାରୁନଥିଲେ।

ଗଡକରି କହିଥିଲେ ଯେ, ୧୯୭୫ ମସିହାରେ ସେ ମ୍ୟାଟ୍ରିକ୍ ଛାତ୍ର ଥିଲେ ଓ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ପରେ ସକାଳରେ କୌଣସି ସମ୍ବାଦପତ୍ର ପ୍ରକାଶିତ ହୋଇନଥିଲା। ସେ ସମୟରେ ହଜାର ହଜାର ନିର୍ଦ୍ଦୋଷ ଲୋକଙ୍କୁ କାରାଗାରକୁ ପଠାଇ ଦିଆଯାଉଥିଲା । ସଂବିଧାନ ଦ୍ୱାରା ପ୍ରଦତ୍ତ ମୌଳିକ ଅଧିକାର ବିଲୋପ କରାଯାଇଥିଲା। ପୋଲିସ ଗୁଳିରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତି ମଧ୍ୟ ନ୍ୟାୟ ପାଇଁ ଦାବି କରିପାରୁନଥିଲେ।

ଜୟପ୍ରକାଶ ନାରାୟଣ ଆରମ୍ଭ କରିଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନର କଥା ଉଲ୍ଲେଖ କରି ସେ କହିଛନ୍ତି ଯେ, ଏହି ଆନ୍ଦୋଳନର କେନ୍ଦ୍ର ହେଉଥିଲା ବିହାର, ଯେଉଁଥିରେ ଅନେକ ଛାତ୍ର ସଂଗଠନ ଓ ସଂଘ ପ୍ରେରିତ କାର୍ଯ୍ୟକର୍ତ୍ତାମାନେ ଅଂଶ ନେଇଥିଲେ। ସେ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ୱିନୀ ଚୌବେ, ବରିଷ୍ଠ ସାମ୍ବାଦିକ ରାମବାହାଦୁର ରାୟ ଓ ସାମାଜିକ କାର୍ଯ୍ୟକର୍ତ୍ତା କେଏନ୍ ଗୋବିନ୍ଦାଚାର୍ଯ୍ୟଙ୍କ ଯୋଗଦାନକୁ ମଧ୍ୟ ସ୍ମରଣ କରିଥିଲେ।

ଗଡକରି କହିଛନ୍ତି ଯେ, ରାଏବରେଲୀ ନିର୍ବାଚନରେ ସରକାରୀ ମେସିନରୀର ଦୁରୁପଯୋଗ ସମ୍ପର୍କରେ ଇଲାହାବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ ରାୟ ଦେଲାପରେ, ସେ ଇସ୍ତଫା ଦେବା ପରିବର୍ତେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଦି ଦେଇଥିଲେ । ସେ କହିଛନ୍ତି ଯେ “ଇନ୍ଦିରା ଇଜ୍ ଇଣ୍ଡିଆ, ଇଣ୍ଡିଆ ଇଜ୍ ଇନ୍ଦିରା” ପରି ନାରା ମାଧ୍ୟମରେ ଚାଟୁକାରିତାର ସର୍ବୋଚ୍ଚ ଦୃଶ୍ୟ ସେତେବେଳେ ଦେଖିବାକୁ ମିଳିଥିଲା । ଏହି ସମୟରେ କଂଗ୍ରେସ ପାର୍ଟି ଭାରତୀୟ ସଂବିଧାନକୁ ଗମ୍ଭୀର ଭାବରେ ଅବମାନନା କଲା, କିନ୍ତୁ ଆଜି ସେହି ଦଳର ନେତାମାନେ ଅନ୍ୟ ଦଳ ଉପରେ ସଂବିଧାନ ବଦଳାଇବା ଅଭିଯୋଗ କରୁଛନ୍ତି ।

ଗଡକରି କହିଛନ୍ତି ଯେ, ଜରୁରୀକାଳୀନ ପରିସ୍ଥିତିର ବିରୋଧ କରିଥିବା ଲୋକ ମାନଙ୍କ ମଧ୍ୟରେ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡବାଣୀ, ଜର୍ଜ ଫର୍ନାଣ୍ଡିସ୍ ଭଳି ନେତାମାନେ ଥିଲେ ଯାହାଙ୍କୁ କାରାଗାରକୁ ପଠାଇ ଦିଆଯାଇଥିଲା । ସଂଘର ହଜାର ହଜାର କାର୍ଯ୍ୟକର୍ତ୍ତା ଭୂମିଗତ ରହି ଲୋକତନ୍ତ୍ର ରକ୍ଷା ପାଇଁ ସଂଘର୍ଷ କରିଥିଲେ। ସେ କହିଛନ୍ତି ଯେ, ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ଆମକୁ ଏହି ଶିକ୍ଷା ଦିଏ ଯେ ଲୋକତନ୍ତ୍ରକୁ କେବଳ ଆଇନ ଦ୍ୱାରା ନୁହେଁ, ବରଂ ଲୋକମାନଙ୍କର ଆସ୍ଥା, ସଂଘର୍ଷ ଓ ବଳିଦାନ ଦ୍ୱାରା ରକ୍ଷା କରାଯାଏ। ସେ ଯୁବପିଢ଼ିଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନେ ଏହି ଇତିହାସକୁ ଜାଣନ୍ତୁ ଓ ଲୋକତନ୍ତ୍ର ରକ୍ଷା ପାଇଁ ସଚେତନ ରୁହନ୍ତୁ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

କୈଳାସ ମାନସରୋବର ଯାତ୍ରା ସମାପ୍ତ କରି ଶେଷ ୫୦ ଜଣ ତୀର୍ଥଯାତ୍ରୀଙ୍କ ଦଳ ଭାରତ ଫେରିଲେ
ମଣିପୁରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ
ପଶୁପତିନାଥ ମନ୍ଦିର ଟ୍ରଷ୍ଟରେ ଖ୍ରୀଷ୍ଟିଆନ ମହିଳାଙ୍କ ନିଯୁକ୍ତିକୁ ନେଇ ସଂସଦୀୟ ସମିତିର ବିରୋଧ
ଆଜି ରାହୁଲ ଗାନ୍ଧିଙ୍କ ରାୟବରେଲି ଗସ୍ତ
ଅମରନାଥ ଯାତ୍ରା- ପ୍ରବଳ ବର୍ଷା ସତ୍ତ୍ୱୋ 1600ରୁ ଅଧିକ ଅମରନାଥ ତୀର୍ଥଯାତ୍ରୀଙ୍କ ଆଉ ଏକ ବ୍ୟାଚ ଜମ୍ମୁରୁ ପ୍ରସ୍ଥାନ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article କ୍ୟାପିଟାଲ ହସ୍ପିଟାଲର ନୂତନ ବିଲ୍ଡିଂର ଅଗ୍ରଗତିର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ
Next Article ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ନିବୃତ୍ତି ସମୟରେ ପାଇବେ ଏକକାଳୀନ ୨.୫ ଲକ୍ଷ, ପୂର୍ବରୁ ପାଉଥିଲେ ୧.୫ ଲକ୍ଷ ଟଙ୍କା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?