ପୁର୍ବୀ ଚମ୍ପାରଣ 19 ଜୁନ (ହି.ସ)-ରେଲୱେ ଚମ୍ପାରଣ ଏବଂ ମୁଜପ୍ଫରପୁର
ସମେତ ଉତ୍ତର ବିହାରକୁ ବଡ ଉପହାର ଦେଇଛନ୍ତି।ଏବେ ଗୋରଖପୁରରୁ ପାଟନା ମଧ୍ୟରେ ବନ୍ଦେ ଭାରତ
ଟ୍ରେନ ଚାଲିବ। ଯାହାର ଆରମ୍ଭ 20 ଜୁନ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀସିୱାନରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଙ୍ଗ
ମାଧ୍ୟମରେ ଉଦଘାଟନ କରିବେ।ଏହି ଟ୍ରେନ ଆରମ୍ଭ ହେବା ସହିତ ପୁର୍ବ ଏବଂ ପଶ୍ଚିମ ଚମ୍ପାରଣ ସହିତ
ମୁଜାପ୍ଫରପୁର ଏବଂ ବୈଶାଳୀ ଜିଲ୍ଲାର ଲୋକମାନେ କମ ସମୟ ମଧ୍ୟରେ ପାଟନା ପହଁଞ୍ଚିପାରିବେ।ରେଲୱେ ପକ୍ଷରୁ
ମିଳିଥିବା ସୁଚନା ଅନୁଯାୟୀ ଉଦଘାଟନୀ ସ୍ୱତନ୍ତ୍ର ବନ୍ଦେ ଭାରତ ଟ୍ରେନ ପାଟଳିପୁତ୍ରରୁ ଛାଡି ପ୍ରାୟ
ଅପରାହ୍ନ ଦୁଇଟାରେ ବାପୁଧାମ ମୋତିହାରୀଷ୍ଟେସନ
ପହଁଞ୍ଚିବ। ଯେଉଁଠାରେ ସାଂସଦ ତଥା ପୁର୍ବତନ କେନ୍ଦ୍ର କୃଷି ମନ୍ତ୍ରୀରାଧାମୋହନ ସିଂହ ଟ୍ରେନକୁ ସବୁଜ ପତାକା ଦେଖାଇ
ଶୁଭାରମ୍ଭ କରିବେ।ବନ୍ଦେ ଭାରତ ଟ୍ରେନର ସୁରକ୍ଷାକୁ ନେଇ ଆରପୀଏଫ ନିରନ୍ତର ସଚେତନତା ଅଭିଯାନ ଚଳାଇଛି।ଏହି ଟ୍ରେନକୁ ନେଇ
ରେଲୱେ ବୋର୍ଡ ସମୟ ସାରଣୀ ପ୍ରକାଶ କରିଛି।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
