ଭୁବନେଶ୍ୱରର ଜୟଦେବ ଭବନ ପରିସରରେ ମାସ ଇଭେଂଟସ୍ ତରଫରୁ ଆୟୋଜିତ “ତୃତୀୟ ମୋସନ୍ ପିକ୍ଚର ଆୱାର୍ଡ ଉତ୍ସବ”ରେ ବିଭିନ୍ନ କ୍ଷେତ୍ରରେ ଚଳଚ୍ଚିତ୍ର ସଂପୃକ୍ତ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ମୀର ଅହମ୍ମଦ ଅଲ୍ଲୀଙ୍କ ପରିଚାଳନାରେ ଆୟୋଜନ କରାଯାଇଥିଲା ଓ ବିଶିଷ୍ଟ ଅତିଥିମାନେ ଯୋଗଦେଇଥିଲେ।
BulletsIn
- ଚଳଚ୍ଚିତ୍ର କ୍ଷେତ୍ରରେ ୧୮ ରୁ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ।
- ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ।
- ମହର୍ଷି ଚଳଚ୍ଚିତ୍ର ପାଇଁ ଚନ୍ଦନ କରଙ୍କୁ ଶ୍ରେଷ୍ଠ ନାୟକ ସମ୍ମାନ।
- ଅପରେସନ୍ ୧୨/୧୭ ଚଳଚ୍ଚିତ୍ର ପାଇଁ ଭୂମିକା ଦାସଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ।
- ଜୀବନ ପଣ୍ଡାଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର।
- ଶ୍ରେଷ୍ଠ ଖଳ ଅଭିନେତା ଭାବେ ହର ରଥଙ୍କୁ ପୁରସ୍କାର।
- ଅନୁପମ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନ।
- ଦୀପା ମିଶ୍ରଙ୍କୁ ନବାଗତ ଅଭିନେତ୍ରୀ ପୁରସ୍କାର।
- ସିନେ ସମୀକ୍ଷକ ଗୁରୁପଦ ନନ୍ଦ ଓ ଚଳଚ୍ଚିତ୍ର ସାମ୍ବାଦିକ ଶ୍ରୀରାମ ରାୟଙ୍କୁ ସମ୍ମାନିତ କରାଯାଇଥିଲା।
- ଉଦୀୟମାନ ନିର୍ଦ୍ଦେଶକ ଭାବେ ତ୍ରିପତି ସାହୁଙ୍କୁ ପୁରସ୍କାର।
