ରୁଦ୍ରପ୍ରୟାଗ – ମନ୍ତ୍ରୋଚ୍ଚାରଣ ଓ ବିଧିବଦ୍ଧ ପୂଜାର୍ଚ୍ଚନା ସହିତ ପଂଚକେଦାରର ପ୍ରତିଷ୍ଠିତ ତୃତୀୟ କେଦାର ଶ୍ରୀ ତୁଙ୍ଗନାଥର ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ଏହି ଅବସରରେ ତୁଙ୍ଗନାଥ ମନ୍ଦିରକୁ ଭବ୍ୟ ରୂପେ ଫୁଲରେ ସଜାଯାଇଥିଲା । ଦ୍ୱାର ଖୋଲିବା ସମୟରେ ଅଢେଇ ହଜାରରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ତୁଙ୍ଗନାଥରେ ଏବେ ପାଗ ଥଣ୍ଡା ରହିଛି । ତୁଙ୍ଗନାଥର ଉତ୍ସବ ଡାଲି ମେ 7ରେ ଶ୍ରୀ ମର୍କଟେଶ୍ୱର ମନ୍ଦିରରୁ ଭୂତନାଥ ମନ୍ଦିର ଯାଇଥିଲା । ମେ 9ରେ ଚୋପତା ପ୍ରବାସ ପରେ ମେ 10 ତାରିଖ ସକାଳେ ଚୋପତାରୁ ତୁଙ୍ଗନାଥ ମନ୍ଦିର ପରିସରରେ ପହଂଚିଥିଲା । ଏହାପରେ ବିଧିବଧାନରେ ପୂଜା ପରେ 12ଟା ବେଳେ ତୁଙ୍ଗନାଥ ମନ୍ଦିରର ଦ୍ୱାର ଭକ୍ତଙ୍କ ପାଇଁ ଖୋଲିଥିଲା ।
