ପୁରୀ , ୮ ମଇ – ନିର୍ବାଚନ ରେ ସ୍ୟାଡୋ ଅବଜରଭେସନ ରେଜିଷ୍ଟର ମାଧ୍ୟମରେ ଖର୍ଚ୍ଚ ର ହିସାବ ଲିପିବଦ୍ଧ କରିବାକୁ ପରାମର୍ଶ ଦେଇଛନ୍ତି ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଧାଶୁଂ ଧର ମିଶ୍ର ।ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ରାଜନୈତିକ ଦଳ ବା ପ୍ରାର୍ଥୀ ମାନଙ୍କର ଦୈନନ୍ଦିନ ଖର୍ଚ୍ଚ ର ହିସାବ ଲିପିବଦ୍ଧ ରହିବା ଜରୁରୀ । ଯଦିଓ ପ୍ରାର୍ଥୀ ବା ଦଳ ଏହାକୁ ଲିପିବଦ୍ଧ କରୁଥାନ୍ତି ତେବେ ଆକାଉଟିଂ ଟିମ ମାଧ୍ୟମରେ ଏହାକୁ ସ୍ୟାଡୋ ଅବଜରଭେସନ ରେଜିଷ୍ଟର ବା ଏକ ଛାୟା ହିସାବ ଖାତା ରେ ନିର୍ବାଚନ କୁ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ପାଇଁ ନିୟୋଜିତ ବିଭିନ୍ନ ଟିମ ପଠାଉଥିବା ତଥ୍ୟ, ଫଟୋ, ଭିଡିଓ ଆଧାର ରେ ପ୍ରସ୍ତୁତ କରାଯିବ ।ପ୍ରାର୍ଥୀ ତାଙ୍କର ନିର୍ବାଚନ ହିସାବ ଦାଖଲ ସମୟରେ ସ୍ୟାଡୋ ଅବଜରଭେସନ ରେଜିଷ୍ଟରକୁ ଅନୁଧ୍ୟାନ କରାଯିବ । ପ୍ରାର୍ଥୀ ଙ୍କ ହିସାବ ସହ ଏହାର ଅମେଳ ଦେଖାଗଲେ ପ୍ରାର୍ଥୀ ଙ୍କୁ ରିଟର୍ଣ୍ଣିଂ ଅଫିସର ଙ୍କ ମାଧ୍ୟମରେ ନୋଟିସ କରାଯିବ ।ଏହି ନୋଟିସ ର କପି ନୋଟିସ ବୋର୍ଡ ରେ ଲଗାଯିବ ।ସାଧାରଣ ଜନତା ଚାହିଁଲେ ପ୍ରତି କପି ପାଇଁ ୧ ଟଙ୍କା ହିସାବରେ ଏହାର ନକଲ ପାଇପାରିବେ । ସେହିପରି ପ୍ରାର୍ଥୀ ପ୍ରଦାନ କରୁଥିବା ସ୍ପଟିକରଣକୁ ଏକ ଫୋଲ୍ଡର ମାଧ୍ୟମରେ ରଖାଯିବ ଓ ସ୍ୟାଡୋ ରେଜିଷ୍ଟର ରେ ଲିପିବଦ୍ଧ କରାଯିବ।।ଏହା ମଧ୍ୟ ସାର୍ବଜନୀନ ପାଇଁ ନୋଟିସ ବୋର୍ଡ ରେ ଲଗାଯିବ । ସାଧାରଣ ବ୍ୟକ୍ତି ମଧ୍ୟ ପ୍ରତି ପୃଷ୍ଠା ୧ ଟଙ୍କା ହିସାବରେ ଏହାର କପି ପାଇପାରିବେ ବୋଲି ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।
