ନୂଆଦିଲ୍ଲୀ – ଓଡ଼ିଶା ଉପକୂଳରେ ଥିବା ଡ.ଏପିଜେ ଅବଦୁଲ କାଲାମ ଦ୍ୱୀପରୁ ସୁପରସୋନିକ ମିସାଇଲ ଅସିଷ୍ଟେଡ ରିଲିଜ୍ ଅଫ୍ ଟାରପିଡୋ ପ୍ରଣାଳୀର ସଫଳ ପରୀକ୍ଷଣ କରିଛି ଭାରତ । ଏହା ହେଉଛି ଆଗାମୀ ପିଢ଼ିର ହାଲୁକା ଓଜନ ଟର୍ପେଡୋ ବିତରଣ ପ୍ରଣାଳୀ, ଭାରତୀୟ ନୌସେନାର ବୁଡ଼ାଜାହାଜ ନିରୋଧୀ ଯୁଦ୍ଧ କ୍ଷମତାକୁ ଡିଜାଇନ ଓ ବିକଶିତ କରାଯାଇଛି । ଡିଆରଡିଓ ଆଜି ସକାଳ ପ୍ରାୟ 8.30 ମିନିଟ୍ ସମୟରେ ହାଲୁକା ଟାର୍ପିଡୋର ପାରମ୍ପରିକ ସୀମାରୁ ଏହାର ପରିସରକୁ ଅଧିକ ବୃଦ୍ଧି ପାଇଁ ପରୀକ୍ଷଣ କରାଯାଇଛି । ଏହି କନସ୍ତର ଆଧାରିତ କ୍ଷେପଣାସ୍ତ୍ର ପ୍ରଣାଳୀରେ ଅନେକ ଉନ୍ନତ ସବ୍-ସିଷ୍ଟମ୍ ଅଛି ।
