• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
Regional

ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

CliQ INDIA
Last updated: April 15, 2024 12:50 pm
CliQ INDIA
Share
4 Min Read
SHARE

ବାବାସାହେବ ଡ. ଭୀମରାଓ ରାମଜୀ ଥିଲେ

ସାମାଜିକ ନ୍ୟାୟ ଆନ୍ଦୋଳନର ଅନନ୍ୟ ରୂପକାର

ଭୁବନେଶ୍ୱର,  – ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକର ସ୍ୱତନ୍ତ୍ରତା, ସମତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ । ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଅସ୍ପୃଶ୍ୟତା ଦୂର କରିବା କେବଳ ଆବଶ୍ୟକତା ନୁହେଁ, ମାନବକଲ୍ୟାଣ ପାଇଁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉପଲବ୍ଧି କରିଥିଲେ ବୋଲି ଅତିଥିମାନେ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମତପ୍ରଦାନ କରିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଭାରତରନି ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ମାନବାଧିକାର କମିଶନ ଶ୍ରୀ ଅସୀମ ଅମିତାଭ ଦାଶ କହିଲେ ଯେ ସାମାଜିକ ନ୍ୟାୟ ଆନ୍ଦୋଳନର ପ୍ରବକ୍ତା, ସମ୍ବିଧାନ ପ୍ରଣେତା, ସମତାଭିତ୍ତିକ ସମାଜ ପ୍ରତିଷ୍ଠାର ଅନନ୍ୟ ରୂପକାର ଥିଲେ ଭାରତରନି ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକର । ସବୁ ଦେଶପ୍ରେମୀ ଭାରତୀୟଙ୍କ ପାଇଁ ସମ୍ବିଧାନ ହେଉଛି ପବିତ୍ର ଗ୍ରନ୍ଥ । ଭାରତୀୟ ସମ୍ବିଧାନ ସମଗ୍ର ବିଶ୍ୱରେ ଏକ ଆଦର୍ଶ ସମ୍ବିଧାନ ଭାବେ ଗ୍ରହଣୀୟ ହୋଇପାରିଛି । ଏହି ସମ୍ବିଧାନର ସଂପୂର୍ଣ୍ଣ ଚିଠା ପ୍ରଣୟନ କରିବାରେ ତାଙ୍କର ଉଲ୍ଲେଖ ଯୋଗ୍ୟ ଅବଦାନ ଥିଲା । ସମାଜରୁ ଅସମାନତା ଦୂର କରି ଭାରତକୁ ଏକ ସଂଗଠିତ ଓ ସଶକ୍ତ ରାଷ୍ଟ୍ର ରୂପେ ନିର୍ମାଣ କରିବାକୁ ସେ ଚାହୁଁଥିଲେ ବୋଲି ଶ୍ରୀ ଦାଶ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ଶ୍ରୀ ପ୍ରଦୋଷ ପଟ୍ଟନାୟକ ବାବସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶ ବାବଦରେ ଉଲ୍ଲେଖ କରିଥିଲେ । ସେ କହିଲେ ଯେ ଗଣତନ୍ତ୍ର ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ ଥିଲା । ଭେଦଭାବହୀନ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ତାଙ୍କ ଜୀବନ ସମର୍ପିତ ଥିଲା । ଦେଶଭକ୍ତି ରାଜ୍ୟନୈତିକ ସ୍ୱାଧୀନତା ମଧ୍ୟରେ ସୀମିତ ନୁହେଁ, ସାମାଜିକ ସ୍ୱତନ୍ତ୍ରତା ପାଇଁ ମଧ୍ୟ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି ଡ. ଆମ୍ବେଦକର ଉପଲବ୍ଧି କରିଥିଲେ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ । ଭାରତରେ ସାମାଜିକ ନ୍ୟାୟ ପ୍ରତିଷ୍ଠାଦିଗରେ ତାଙ୍କୁ ଜଣେ ଅଗ୍ରଦୂତ ଭାବେ ଗ୍ରହଣ କରାଯାଉଛି ବୋଲି ସେ ମତପ୍ରକାଶ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ଭାରତର ସମ୍ବିଧାନ କେବଳ ଏକ ଆଇନ ପୁସ୍ତକ ନୁହେଁ ଏହା ଭାରତୀୟଙ୍କ ଆସ୍ଥା, ବିଶ୍ୱାସ ଏବଂ ଜୀବନର ପ୍ରତିଫଳନ । ତାଙ୍କ ପ୍ରଣିତ ସମ୍ବିଧାନ ପୃଥିବୀର ରାଜନୀତିରେ, ପୃଥିବୀର ଇତିହାସରେ ଏ ପର୍ଯ୍ୟନ୍ତ ଏକ ଅବିସମ୍ବାଦିତ ସ୍ଥାନ ଅଧିକାର କରିଛି । ଏହି ସମ୍ବିଧାନ ଏଭଳି ଏକ ଶାସନ ନିୟାମକ ପ୍ରତିଷ୍ଠା କରିଛି, ଯାହା ଆଜି ପର୍ଯ୍ୟନ୍ତ ଭାରତ ବର୍ଷର ଗଣତନ୍ତ୍ରର ସ୍ପର୍ଦ୍ଧା ଅକ୍ଷୁଣ୍ଣ ରଖିବାରେ ସହାୟକ ହୋଇଛି ବୋଲି ସେ ପ୍ରକାଶ କରିଥିଲେ ।

ପ୍ରାରମ୍ଭରେ ଅତିଥିମାନେ ଭାରତରନି ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଶାମୁକୁଳ ବାରିକ ଓ ସାଥୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ତନୁଜା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ଦାଶ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର, ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଆଜି ସକାଳ ୮ ଘଟିକା ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଏଜି ଛକସ୍ଥିତ ଡ. ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ହୋଇଯାଇଛି । ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏତଦ୍ବ୍ୟତୀତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଅଲ ଓଡିଶା ରଜତ ମହାସଂଘ, ଭୁବନେଶ୍ୱର, ସ୍ମୃତି ତର୍ପଣ ସମାରୋହ, ସାମାଜିକ ସମରସତ୍ତା ମଞ୍ଚ, ଭୁବନେଶ୍ୱର ମହାନଗର, ଆମ୍ବେଦକରାଇଟ ସଲିଡାରିଟି ଫୋରମ, ଅଲ ଇଣ୍ଡିଆ ବ୍ୟାଙ୍କ ଅଫ ଇଣ୍ଡିଆ ଏସ୍ଟି /ଏସ୍ସି/ଓବିସି ଏମ୍ପ୍ଲୟିସ ଆସୋସିଏସନ, ଆର୍କିଟେକ ଅଫ ମଡର୍ନ ଇଣ୍ଡିଆ, ଆଚାର୍ଯ୍ୟ ବିହାର ପରିଷଦ, ଓଡ଼ିଶା ଏସି ଏବଂ ଏସ୍ଟି ଏମ୍ପ୍ଲ୍ଲୟିସ େୱଲ୍ଫେୟର କୋଅଡ଼ିନେସନ କାଉନ୍ସିଲ ସମେତ ବହୁ ସାମାଜିକ ଅନୁଷ୍ଠାନ, ଆମ୍ବେଦକରପ୍ରେମୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା ।

 

You Might Also Like

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେଙ୍ଗାଲିରେ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ସଫଳତାର ସହିତ ସମାପ୍ତ
ସୁଷମା ସ୍ୱରାଜଙ୍କ ସ୍ମରଣ କଲେ ପ୍ରଭାତି ପରିଡା
ବିକ୍ରମଦେବ ବିଶ୍ବବିଦ୍ୟାଳୟ କୁ ମିଳିଲା ୪୦ ଏକର ଜମି ପଟ୍ଟା
ପବିତ୍ର ଧନୁ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ପବିତ୍ର ଜୟନ୍ତୀରେ ତାଙ୍କୁ ପ୍ରଣାମ କଲେ ମୁଖ୍ୟମନ୍ତ୍ରୀ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article MI ବନାମ CSK: ସୁନୀଲ ଗାଭାସ୍କର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଚାପ ପକାଇ ମ୍ୟାଚ୍ ମ class ିରେ ଶ୍ରେଣୀ ପ୍ରଦର୍ଶନ କରିଥିଲେ |
Next Article ଆଜି ଉତ୍ତରାଖଣ୍ଡ ଓ ପୁଡୁଚେରୀରେ ପ୍ରଚାର କରିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?