ନୂଆଦିଲ୍ଲୀ, – ପାରାଦ୍ୱୀପ ପୋର୍ଟ ଅଥରିଟି(ପିପିଏ) ୧୪୫.୩୮ ଏମ୍ଏମ୍ଟି କାର୍ଗୋ ପ୍ରବନ୍ଧନର ରେକର୍ଡ଼ ଉପଲବ୍ôଧ ହାସଲ କରିବା ସହିତ ଅର୍ଥବର୍ଷ ୨୦୨୩-୨୪ରେ ନୂଆ ଉଚ୍ଚତାରେ ପହଂଚିଛି । ଏହା ଦୀନଦୟାଲ ପୋର୍ଟ, କାଣ୍ଡଲାକୁ ପଛରେ ଛାଡ଼ି ସବୁଠାରୁ ଅଧିକ କାର୍ଗୋ ହ୍ୟାଣ୍ଡଲିଂ କରିବାଥିବା ଦେଶର ପ୍ରମୁଖ ବନ୍ଦର ରୂପେ ରହିଛି । ପାରାଦୀପ ପୋର୍ଟ ଅଥରିଟି(ପିପିଏ) ନିଜ ପରିଚାଳନାର ୫୬ ବର୍ଷର ଇତିହାସରେ ପ୍ରଥମ ଥର ଦୀନଦୟାଲ ବନ୍ଦର ଦ୍ୱାରା ନିର୍ଦ୍ଧାରିତ ପଛ ରେକର୍ଡ଼କୁ ପଛରେ ଛାଡ଼ିଦେଇଛି ।
ପାରାଦୀପ ବନ୍ଦର ବର୍ଷ ବର୍ଷ ଆଧାରରେ ୧୦.୦୨ ମିଲିୟନ ମେଟ୍ରିକ୍ ଟନ୍(୭.୪ ପ୍ରତିଶତ) ଯାତାୟତର ବୃଦ୍ଧି ରେକର୍ଡ କରିଛି । ପାରାଦୀପ ବନ୍ଦରର ଗ୍ରୀନ୍ ଅମୋନିଆ ଏବଂ ଗ୍ରୀନ ହାଇଡ୍ରୋଜେନକୁ ସମ୍ଭାଳିବା ପାଇଁ ଏକ ବିଶେଷ ବର୍ଥ ବିକଶିତ କରିବାକୁ ମଧ୍ୟ ଲକ୍ଷ୍ୟ ଅଛି, ଯେଉଁଥିରେ ଏହା ଦେଶର ହାଇଡ୍ରୋଜେନ ହବ ବନ୍ଦର ହୋଇଯିବ ।
