ବାରଣାସୀ,.ସ. – ପ୍ରତିଦିନ ଶ୍ରୀ କାଶୀ ବିଶ୍ୱନାଥ ଧାମରେ ଦର୍ଶନ ପୂଜନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ନୂଆ ରେକର୍ଡ ହେଉଛି । ମାର୍ଚ୍ଚ ମାସର ଶେଷଦିନ ରବିବାର କାଶୀ ବିଶ୍ୱନାଥ ଧାମରେ 6ଲକ୍ଷ 36ହଜାର 975 ଶ୍ରଦ୍ଧାଳୁମାନେ ଦର୍ଶନ ପୂଜନ କରିଛନ୍ତି । ମନ୍ଦିର ନ୍ୟାସ ଅନୁସାରେ ପୂରା ମାର୍ଚ୍ଚ ମାସରେ 95ଲକ୍ଷ 63ହଜାର 432 ଭକ୍ତ ବାବାଙ୍କ ଦ୍ୱାରରେ ଦର୍ଶନ କରିଛନ୍ତି । ଯାହାକି ଗତ ମାର୍ଚ୍ଚ ମାସର ରେକର୍ଡରୁ ପ୍ରାୟ ଅଢେଇ ଗୁଣା ଅଟେ । ନ୍ୟାସ ଅନୁସାରେ ଗତ ବର୍ଷ ମାର୍ଚ୍ଚ ମାସରେ 37ଲକ୍ଷ 11,060 ଶ୍ରଦ୍ଧାଳୁ ଦର୍ଶନ ପୂଜନ କରିଥିଲେ ।
