ଧାର, ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ପୁରାତାତ୍ୱିକ ଗୁରୁତ୍ୱ ଭୋଜଶାଳା ପରିସରରେ ଆଜି ଏଏସଆଇ ସର୍ଭେ ମଧ୍ୟରେ ହନୁମାନ ଚାଳିଶା ପାଠ କରାଯିବ । ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ବିଭାଗର ଟିମ ସକାଳେ ବୈଜ୍ଞାନିକ ସର୍ଭେ ପାଇଁ ଏଠାରେ ପହଂଚିସାରିଛନ୍ତି । ମାର୍ଚ୍ଚ 22ରୁ ଭୋଜଶାଳାରେ ଏଏସଆଇ ସର୍ଭେ ଆରମ୍ଭ କରିଥିଲା । କୋଠାର ପଛ ଭାଗରେ ଆଜି ଦିନସାରା ସର୍ଭେ କରିବ ଏଏସଆଇ । ଏହି ସମୟରେ ହିନ୍ଦୁ ସମାଜ ହନୁମାନ ଚାଳିଶା ପାଠ ଓ ପୂଜାର୍ଚ୍ଚନା କରିବ ।
