ବଲାଙ୍ଗିର 6 ମାର୍ଚ୍ଚ: ଦୀର୍ଘ ୨୬ ବର୍ଷ ପ୍ରତିକ୍ଷାର ଅନ୍ତ ଘଟିଛି । କଂଟାବାଂଜି ପାଇଁ ଏହା ଏକ ଐତିହାସିକ ଦିନ । ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅଂଚଳର ହଜାର ହଜାର ଲୋକେ କାମଧନ୍ଧା ନ ପାଇ ଦାଦନ ଖଟି ଯାଉଥିଲେ । ଯାହା ଏହି ରେଳ ମରାମତି କାରଖାନା ଅଂଚଳର ବେରୋଜଗାର ଯୁବର୍କ ଯୁବତୀଙ୍କ ସହ ଅନେକ ବ୍ୟକ୍ତି ରୋଜଗାର ସୁବିଧା ପାଇବେ । ଏପରିକି ଏ ଅଂଚଳର ବିକାଶ ମାନଚିତ୍ରରେ ସ୍ଥାନ ପାଇପାରିବ । ଯାହା ସ୍ୱାସ୍ଥ୍ୟ, ଗମନାଗମନ ସହିତ ବ୍ୟବସାୟରେ ମଧ୍ୟ ଅଂଚଳର ଅଭିବୃଦ୍ଧି ହେବ ବୋଲି ଅତିଥୀ ଭାବେ ଯୋଗ ଦେଇଥିବା ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ନିଜର ବକ୍ତବ୍ୟରେ କହିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଆର୍ଶିବାଦରୁ ଏହା ସମ୍ଭବ ହୋଇଥିବା କହିଥିଲେ । ଗତକାଲି ମଙ୍ଗଳବାର ଦିନର ଆଭାସି ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଟାବାଂଜିରେ ୨୪୫ କୋଟି ଅଟକଳ ବ୍ୟୟରେ ନିର୍ମାଣ ହେବାକୁ ଥିବା ରେଳଡବା ମରାମତି କାରଖାନାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସମ୍ବଲପୁର ରେଳ ଡିଭିଜନର ଡିଆର୍ଏମ୍, ବରିଷ୍ଠ ଡି.ସି.ଏମ୍. ବରିଷ୍ଠ ଡି.ଇ.ଏନ୍. ସହ ଡିଭିଜନର ଅନେକ ବରିଷ୍ଠ ଅଧିକାରୀ, କଂଟାବାଂଜିର ଅନେକ ବରିଷ୍ଠ ରେଳ ଅଧିକାରୀ ସାମିଲ ଥିଲେ । ଏହି ଶିଳାନ୍ୟାସ ଅବସରରେ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ କଂଟାବାଂଜି ନଗରବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଧନ୍ୟବାଦ ଜଣାଇବା ସହ କଂଟାବାଂଜି ବିକାଶରେ ସାଂସଦ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ଶିକ୍ଷାବିତଙ୍କ ସହ ଶିବାଜୀ ମହାନ୍ତି, ଲକ୍ଷ୍ମଣ ବାଗ, ଡିଆର୍ୟୁସିସି ମେମ୍ବର ରାଜେଶ ଅଗ୍ରୱାଲ ସାମିଲ ଥିଲେ ।
