ନୂଆଦିଲ୍ଲୀ, ୧ ମାର୍ଚ୍ଚ :- ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ମହାଦେବ ଆପ୍ ସହିତ ଜଡ଼ିତ ଆର୍ଥିକ ହେରଫେର୍ ମାମଲାରେ ଚଢ଼ଉ ପରେ ଦୁବାଇ ସ୍ଥିତ ହବାଲା ବ୍ୟବସାୟୀଙ୍କ ୫୮୦ କୋଟି ଟଙ୍କାର ସମ୍ପତି ଏବଂ ୩.୬୪ କୋଟିର ନଗଦ ଟଙ୍କା ଏବଂ ମୂଲ୍ୟବାନ୍ ସାମଗ୍ରୀ ଜବତ କରିଛି । ଇଡି ଶୁକ୍ରବାର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଏନେଇ ସୂଚନା ଦେଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଇଡି ଏହି ମାମଲାରେ ଗତ ଫେବୃଆରୀ ୨୮ ତାରିଖରେ କୋଲକାତା, ଗୁରୁଗାଓଁ, ଦିଲ୍ଲୀ, ଇନ୍ଦୋର, ମୁମ୍ବାଇ ଏବଂ ରାୟପୁର ସହିତ ୧୫ରୁ ଅଧିକ ସ୍ଥାନରେ ଚଢ଼ଉ କରିଥିଲା ।
