ମୁମ୍ବାଇ, 21 ଫେବୃଆରୀ : ଦାଦା ସାହେବ ଫାଲକେ ପୁରସ୍କାର ଭାରତୀୟ ସିନେମାରେ ସବୁଠୁ ପ୍ରତିଷ୍ଠିତ ପୁରସ୍କାର ଭାବେ ଜଣାଯାଏ । ଏହି ପୁରସ୍କାର ସମାରୋହ ନିକଟରେ ମୁମ୍ବାଇରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲିଉଡର ପ୍ରସିଦ୍ଧ କଳାକାରମାନେ ସାମିଲ ହୋଇଥିଲେ । ଏହି ଆୱାର୍ଡ ସମାରୋହ ପାଇଁ ଆକ୍ଟରମାବେ ବର୍ଷସାରା ଅପେକ୍ଷା କରିଥାନ୍ତି । ଚଳିତ ବର୍ଷ ବଲିଉଡର କିଙ୍ଗ୍ ଖାନ ଶାହାରୁଖଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ ପ୍ରଦାନ କରାଯାଇଛି । ବବି ଦେଓଲ ଓ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କୁ ଫିଲ୍ମ ଆନିମଲ ପାଇଁ ସମ୍ମାନିତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ବଲିଉଡର ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବି କଳାକାରମାନେ ସାମିଲ ହୋଇଥିଲେ । ଏହି ଇଭେଣ୍ଟରେ ଶାହାରୁଖ ଖାନ, ରାନୀ ମୁଖାର୍ଜୀ, ବବି ଦେଓଲ, ଶାହିଦ କପୁର, ଭିକ୍କି କୌଶଳ ଓ ନୟନତାରା ସାମିଲ ହୋଇଥିଲେ । ଦାଦା ସାହେବ ଫାଲକେ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ମୁମ୍ବାଇର ତାଜ ଲ୍ୟାଣ୍ଡସ ଏଣ୍ଡରେ ଆୟୋଜିତ କରାଯାଇଥିଲା ।
ସର୍ବଶ୍ରେଷ୍ଠ ଅଭିନେତା ଶାହରୁଖ (ଯବାନ), ସର୍ବଶ୍ରେଷ୍ଠ ଅଭିନେତ୍ରୀ- ନୟନତାରା (ଯବାନ) ସର୍ବଶ୍ରେଷ୍ଠ ଖଳନାୟକ ବବି ଦେଓଲ (ଆନିମଲ), ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ-ସନ୍ଦୀପ ରେଡ୍ଡୀ ବାଙ୍ଗା (ଆନିମଲ) ସର୍ବଶ୍ରେଷ୍ଠ ଅଭିନେତା (ଆଲୋଚକ) ଭିକ୍କି କୌଶଳ (ସ୍ୟାମ ବାହାଦୂର) ଆୱାର୍ଡ ଜିତିଛନ୍ତି ।
