
ବଲାଙ୍ଗିର,୧୮ ଫେବୃଆରୀ – ବଲାଙ୍ଗିରର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ଓ ଶିଶୁ ବିକାଶ କେନ୍ଦ୍ର ତରଫରୁ ପଶ୍ଚିମ ଓଡିଶାର ଜଣାଶୁଣା ଗିତିକାର ଉଦୟନାଥ ଦର୍ଜୀଙ୍କ ପରଲୋକରେ ଗଭିର ଶୋକ ପ୍ରକାଶ କରାଯାଇଛି । ଏହି ଅବସରରେ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ଠାରେ ଆୟାଜକ ସଭାରେ ହୃଷିକେଶ ପୁରୋହିତ, ଡ. ପ୍ରେମଚାନ୍ଦ ମହାନ୍ତ, ଜୟରାମ ମିଶ୍ର, କସ୍ତୁରୀ ରଥ, କେଶବ ଚନ୍ଦ୍ର ମିଶ୍ର ଓ ମଦନ ମୋହନ ରଥ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଉଦୟନାଥ ଦର୍ଜୀଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ ।
ଏହି ସଭାରେ ସିତାଂଶୁ ଶେଖର ମିଶ୍ର, ସୁନାଧର ବନଛୋର, କପିଳ ପତି, ଚୁଡେନ୍ଦ୍ର କୁମାର ବେହେରା, ଦୁର୍ଗା ଚରଣ ସାହୁ, ମାନସ ବାଗ, ଧିରେନ୍ଦ୍ର ନାରାୟଣ ସିଂହଦେଓ ଓ ପ୍ରଦୀପ ପସାୟତ ପ୍ରମୁଖ ଉପସ୍ଥିତ ଥିଲେ ।
