ନୂଆଦିଲ୍ଲୀ, ୧୩ ଫେବୃଆରୀ – କେନ୍ଦ୍ର ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନାରାୟଣ ରାଣେ ବୁଧବାର ଗ୍ରେଟର ନୋଏଡ଼ାରେ ମାଇକ୍ରୋ, ସୂକ୍ଷ୍ମ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଟେକ୍ନୋଲୋଜି କେନ୍ଦ୍ରର ଉଦ୍ଘାଟନ କରିବେ । ଏହି ଅବସରରେ ଏମଏସଏମଇ, ଖଦି, ଗ୍ରାମ ଶିଳ୍ପ, କୃଷି, ହସ୍ତତନ୍ତ ଏବଂ ବୟନ ମନ୍ତ୍ରୀ ରାକେଶ ସଚାନ ମଧ୍ୟ ଉପସ୍ଥିତ ରହିବେ ।
ସରକାରୀ ମୁଖପାତ୍ରଙ୍କ ଅନୁଯାୟୀ ନାରାୟଣ ରାଣେ କାନପୁର (ଉତରପ୍ରଦେଶ), ବଦ୍ଦି (ହିମାଚଳ ପ୍ରଦେଶ) ଏବଂ ଇମ୍ଫାଲ (ମଣିପୁର)ରେ ତିନୋଟି ଟେକ୍ନୋଲୋଜି କେନ୍ଦ୍ରର ଉଦ୍ଘାଟନ କରିବେ । ସେ କରୀମ ନଗର ଓ ଭବାନୀପାଟଣା (ଓଡ଼ିଶା) ରେ ମଧ୍ୟ ଦୁଇଟି ସମ୍ପ୍ରସାରଣ କେନ୍ଦ୍ରର ଉଦ୍ଘାଟନ କରିବେ ।
ଏହି ଅବସରରେ ଡେରାଡ଼ୁନ (ଉତରାଖଣ୍ଡ)ରେ ଥିବା ଡିସି (ଏମଏସଏମଇ) ଏବଂ ଲଦାଖର ବିକାଶ ଏବଂ ସୁବିଧା କାର୍ଯ୍ୟାଳୟ (ନ୍ୟୁକ୍ଲିୟସ ସେଂଟର) ର ବିକାଶ ତଥା ସୁବିଧା କାର୍ଯ୍ୟାଳୟ ମଧ୍ୟ ରିମୋର୍ଟରେ ଉଦ୍ଘାଟନ କରାଯାଉଛି । ଏଠାରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେଉଛି, ଯେଉଁଠାରେ ଏମଏସଏମଇ ଗୁଡ଼ିକ ବିଭିନ୍ନ କ୍ଷେତ୍ର ଅଧିନରେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବେ ।
