ଜମ୍ମୁ, ୨ ଫେବୃଆରୀ :- ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଗୁରୁବାର ହୋଇଥିବା ଭୂସ୍ଖଳନ କାରଣରୁ ରାଜପଥ ଶୁକ୍ରବାର ଦ୍ଵିତୀୟ ଦିନରେ ମଧ୍ୟ ବନ୍ଦ ରହିଛି ।
ବିଭାଗୀୟ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଭୂ-ସ୍ଖଳନ ଯୋଗୁଁ ରାଜପଥରେ ଜମି ରହିଥିବା ମାଟି ହଟାଇବା ଏବଂ କାଶ୍ମୀରକୁ ଦେଶର ବାକି ଭାଗ ସହିତ ସଂଯୋଗ କରୁଥିବା ସଡ଼କରେ ଯାତାୟାତ ସ୍ୱାଭାବିକ୍ କରିବା ନେଇ ସମ୍ପୂର୍ଣ୍ଣ ପ୍ରଚେଷ୍ଟା ଜାରି ରହିଛି । ରାଜପଥର ବିଭିନ୍ନ ସ୍ଥାନରେ ୪୦୦ରୁ ଉର୍ଦ୍ଧ୍ୱ ଗାଡି ଫସି ରହିଛି ।
ରାଜପଥର କଡ଼ରେ ଥିବା ଶେରବିବି, ମାଗେରକୋଟେ, ମେହାଦ କେଫେଟେରିୟା ଏବଂ ଦଲବାସ ସହିତ କେତେକ ସ୍ଥାନରେ ଭୂ-ସ୍ଖଳନ ପରେ ଗୁରୁବାର ୨୭୦ କି.ମି. ଦୀର୍ଘ ସଡ଼କ ପଥକୁ ଯାତାୟାତ ନିମନ୍ତେ ବନ୍ଦ କରାଯାଇଥିଲା ।
