ଲକ୍ଷ୍ନୌ, 24 ଜାନୁଆରୀ (ହି.ସ.) ଭାରତର ହୃଦୟ ସ୍ଥଳ କୁହାଯାଉଥିବା ଉତ୍ତର ପ୍ରଦେଶ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ସ୍ଥଳ ପ୍ରାଚୀନ କାଳରୁ ରହିଛି । କେନ୍ଦ୍ର ସରକାରଙ୍କ ସମର୍ଥନରୁ ଦେଶ ଓ ଦୁନିଆରେ ଆଜି ଏକ ବିଶିଷ୍ଟ ସ୍ଥାନ ହୋଇପାରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା କହିଛନ୍ତି । ଉତ୍ତର ପ୍ରଦେଶର ସ୍ଥାପନା ଦିବସ ଅବସରରେ ଶିଳ୍ପଗ୍ରାମରେ ଏହା କହିଛନ୍ତି ଯୋଗୀ । ଏହି ଅବସରରେ ନିଜ ନିଜ କ୍ଷେତ୍ରରେ ଭଲ କାମ କରିଥିବା ଲୋକଙ୍କୁ ସମ୍ମାନିତ କରାଯାଇଛି ।
ସେ କହିଛନ୍ତି ଯେ, ଯୁବପିଢିଙ୍କ ପ୍ରତିଭା ସତ୍ତ୍ୱେ ଏଠାରେ ସଙ୍କଟ ଥିଲା । ସେହି ସମୟରେ ଉତ୍ତରପ୍ରଦେଶ ସରକାର ଗଠନ ହେବା ପରେ ତତ୍କାଳୀନ ରାଜ୍ୟପାଳ ରାମ ନାଇକ ଏହା ସ୍ମରଣ କରାଇଥିଲେ ଏବଂ ଏହାପରେ ସ୍ଥାପନା ଦିବସରେ ନିଜ କାର୍ଯ୍ୟକୁ ସ୍ମରଣ କରାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ଥାପନା ଦିବସ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଲଲାଙ୍କ ସ୍ଥାପନା ହେବା ଏବଂ ରାଜ୍ୟର ସ୍ଥାପନା ଦିବସର ଶୁଭେଚ୍ଛା ଜଣାଉଛି । ଏହା ନିଜ ପରମ୍ପରାକୁ ପ୍ରଗତି ଭାବେ ଆଗକୁ ବଢାଇବାର ସୁଯୋଗ ହୋଇଥାଏ । 2018ରୁ ଆଜି ପର୍ଯ୍ୟନ୍ତର ପ୍ରଗତି ଆମ ସାମ୍ନାରେ ରହିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
