ନୂଆଦିଲ୍ଲୀ, 24 ଜାନୁଆରୀ (ହି.ସ.) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତର ପ୍ରଦେଶ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ ଶୁଭେଚ୍ଛା ବାର୍ତ୍ତାରେ ରାଜ୍ୟର ଲୋକଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।
ରାଷ୍ଟ୍ରପତି ମୁର୍ମୁ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଉତ୍ତର ପ୍ରଦେଶ ଦିବସ ଅବସରରେ ରାଜ୍ୟର ସମସ୍ତ ବାସିନ୍ଦାଙ୍କୁ ଶୁଭକାମନା ଜଣାଉଛି । ଦେଶର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ରାଜ୍ୟ ଭାରତର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ପ୍ରଗତିରେ ଅଗ୍ରଣୀ ଭୂମିକା ନିଭାଉଛି । ମୁଁ ଉତ୍ତର ପ୍ରଦେଶର କୌଶଳଯୁକ୍ତ, ପରିଶ୍ରମୀ ଓ ନିଷ୍ଠାବାନ ଲୋକଙ୍କ ସୁଖ ସମୃଦ୍ଧିର ମଙ୍ଗଳ କାମନା କରୁଛି । ମୋର ବିଶ୍ୱାସ ଏହା ଯେ, ଏହି ରାଜ୍ୟ ଓ ଏଠାକାର ବାସିନ୍ଦା ସର୍ବଦା ବିକାଶ ପଥରେ ଅଗ୍ରସର ହେବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
