



ବଲାଙ୍ଗୀର, ୨୧ ଜାନୁଆରୀ (ହି.ସ.)- ଆଜି ଅଶ୍ରୁ ବଲାଙ୍ଗିର ଜିଲ୍ଲା କମିଟିର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ପି.ପି. ଏକାଡେମୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲା ସମ୍ମିଳନୀକୁ ଅଶ୍ରୁ ଜିଲ୍ଲା ସଭାପତି ସାଥୀ ସୁରୁଲାଲ ମଟାରୀ ପତାକା ଉତ୍ତୋଳନ କରିବା ସହ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରି ଆରମ୍ଭ କରିଥିଲେ । ସମ୍ମିଳନୀରେ ସଂଗଠନର ବାର୍ଷିକ କାର୍ଯ୍ୟର ସମୀକ୍ଷା କରାଯିବା ସହ ବର୍ଷତମାମର ଆୟବ୍ୟୟ ଉପସ୍ଥାପନା କରି ତାକୁ ଗୃହିତ କରାଯାଇଥିଲା । ସମ୍ମିଳନୀକୁ ସଭାପତି ସାଥୀ ସୁରୁଲାଲ ମଟାରି, ଜିଲ୍ଲା ଉପସଭାପତି ସାଥୀ ଭାରତ ଶତପଥି, ରାଜ୍ୟ ଉପ-ସଭାପତି ସାଥୀ ଅନିରୁଦ୍ଧ ମହାପାତ୍ର ପରିଚାଳନା କରିଥିବା ବେଳେ ଜିଲ୍ଲା ସଂପାଦକ ସାଥୀ ଲୋପନ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ସାଥୀ ସତ୍ୟନାରାୟଣ ରଥ ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସାଥୀ ବାପୁନି ସାହୁ, ଯୁଗ୍ମ ସଂପାଦକ ସାଥୀ ଭାଷ୍କର ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ବକ୍ତବ୍ୟ ରଖିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଶ୍ରମିକ ମାରଣନୀତି ଉପରେ ବୈଠକରେ ବୈଠକରେ ବିଷଦ୍ ଆଲୋଚନା କରାଯାଇଥିଲା । ତା ସହ ମେଡିକାଲ ରିପ୍ରେଜେନ୍ଟେଟିଭ୍ମାନେ ନିଜ କର୍ମକ୍ଷେତ୍ରରେ ଭୋଗୁଥିବା ଦୈନନ୍ଦିନ ଅସୁବିଧା ଉପରେ ଆଲୋଚନା ହେବା ସହ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଦେଶର ଶ୍ରମିକ ସମାଜ କିପରି ସ୍ଵଚ୍ଛନ୍ଦରେ ନିଜର ଅଧିକାର ସାବ୍ୟସ୍ତ କରିପାରିବେ ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ବିରୁଦ୍ଧରେ ଲଢେଇ କରି ନିଜର ହକ୍ ଜାହିର କରିପାରିବେ ସେ ଉପରେ ନେତୃ ମଣ୍ଡଳି ବକ୍ତବ୍ୟ ରଖିଥିଲେ । ଏହି ସମ୍ମିଳନୀରେ ଆଗାମୀ ଏକ ବର୍ଷ ପାଇ ନୂତନ ଜିଲ୍ଲା କମିଟି ରେ ସର୍ବସମ୍ମତିକ୍ରମେ ନିଦ୍ଵନ୍ଦରେ ଚୟନ କରାଯାଇଥିଲା ।
ସଭାପତି ଭାବରେ ସାଥୀ ସିଦ୍ଧାର୍ଥ ମିଶ୍ର, ଉପ-ସଭାପତି ସାଥୀ ମନୋଜ ପଶାୟତ, ଜିଲ୍ଲା ସଂପାଦକ ସାଥୀ ବାପୁନି ସାହୁ, କୋଷାଧ୍ୟକ୍ଷ ସାଥ୍ୟ ସତ୍ୟନାରାୟଣ ରଥ ଏବଂ ଜିଲ୍ଲା କମିଟି ସଭ୍ୟଭାବରେ ବିକାଶ ପାତ୍ର, ସତାବନ ସାହୁ, ସୁରୁଲାଲ ମଟାରୀ, ସୁଶାନ୍ତ ମିଶ୍ର, ଭାରତ ଶତପଥି, ଅଭିଷେକ ପାଣିଗ୍ରାହୀ, ଶୁଶାନ୍ତ ହୋତା, ଶିବ ନାରାୟଣ ମେହେର, ସୁନିଲ ପଣ୍ଡା, ମହେଶ ରଥ ଏବଂ ଆକାଶ ମିଶ୍ର ମନୋନିତ ହୋଇଥିଲେ । ଶେଷରେ କୋଷାଧ୍ୟକ୍ଷ ସତ୍ୟନାରାୟଣ ରଥ ଧନ୍ୟବାଦ ଦେଇ ସମ୍ମିଳନୀ ଶେଷ ଘୋଷଣା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ
