ନୂଆଦିଲ୍ଲୀ, 18 ଜାନୁଆରୀ (ହି.ସ.) ଓଡ଼ିଆ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ଭଜନ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ଦେଶର ସବୁ ପ୍ରାନ୍ତରେ ପ୍ରଭୁ ଶ୍ରୀରାମଙ୍କ ଭକ୍ତି ଦେଖିବାକୁ ମିଳିଛି । ପ୍ରତ୍ୟେକ ଭାଷାରେ ଭକ୍ତିମୟ ଭଜନ ଆପଣ ପାଇପାରିବେ । ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭଜନ ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ ଗୀତ ଭକ୍ତଙ୍କ ମନକୁ ଛୁଇଁଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
