ବଲାଙ୍ଗୀର,୧୬ ଜାନୁୟାରୀ( ହି ସ) ଆସନ୍ତା ତା.୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର କୋଇମ୍ବାଟୁର୍ ଠାରେ ହେବାକୁ ଥିବା ଖେଲୋ ଇଣ୍ଡିଆ ମହିଳା ଉଷୁ ଲିଗ୍ (ସାଉଥ୍ ଜୋନ) ଅନୁଷ୍ଠିତ ହେବ । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ମନୋନିତ ହୋଇଥିବା ୫୪ ଜଣ ପ୍ରତିଯୋଗି ମଧ୍ୟରୁ ବଲାଙ୍ଗିର ଜିଲ୍ଲାରୁ ଦୁଇ ଜଣ ସୁହାନି ଗୁରହାଣ୍ଡି (ସବ୍ଜୁନିୟର ୩୦ କେଜି) ଓ ଦିୟା ସାଗର (ସବ୍ଜୁନିୟର ୩୯ କେଜି) ନିଜ ନିଜ ବିଭାଗରେ ଅଂଶ ଗ୍ରହଣ କରିବେ । ସୂଚନାଯୋଗ୍ୟ ଯେ ଗତ ବର୍ଷ କେରଳ ଠାରେ ହେଇଥିବା ଖେଲୋ ଇଣ୍ଡିଆରେ ସୁହାନି ଗୁରହାଣ୍ଡି ଅଂଶ ଗ୍ରହଣ କରି ରୈାପ୍ୟ ପଦକ ହାସଲ କରି ଗୌରାବନ୍ୱିତ କରିଥିଲେ । ଓଡିଶାର ଅଫିସିଆଲ ଭାବରେ ଆନ୍ତର୍ଜାତୀୟ ଜଜ୍ ପ୍ରଦ୍ୟୁମ୍ନ ବେହେରା, ଜାତୀୟ ଜଜ୍ ଅନୁରାଧା ଡୋରା, ଇଶ୍ୱର ମହନ୍ତ, ସୁଜନ କୁମାର ରଥ, ଓଡିଶା ଟିମ୍ କୋଚ ପଙ୍କଜ ମହନ୍ତ ଏବଂ ଓଡିଶା ଦଳ ମ୍ୟନେଜର ଭାବରେ ଯୁଧିଷ୍ଠିର ଗୁରହାଣ୍ଡି ଦାୟିତ୍ୱରେ ଯାଇଛନ୍ତି ବୋଲି ବଲାଙ୍ଗିର ଜିଲ୍ଲା ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି । ସଂଘର ସଭାପତି ତପନ ପାଣିଗ୍ରାହି ଓ ଉପ-ସଭାପତି ବାବୁଲାଲ ନାଏକ ଖେଳାଳିମାନଙ୍କୁ ସଫଳ କାମନା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ /ସମନ୍ୱୟ
