
ନୂଆଦିଲ୍ଲୀ, 12 ଜାନୁଆରୀ (ହି.ସ.)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ମହାରାଷ୍ଟ୍ର ଗସ୍ତ । ପିଏମ ମୋଦି ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ସାମୁଦ୍ରିକ ପୋଲର ଉଦଘାଟନ ଏବଂ ଇଷ୍ଟର୍ଣ୍ଣ ଫ୍ରିୱେର ଅରେଞ୍ଜ ଗେଟକୁ ମେରାଇନ ଡ୍ରାଇଭ ସହିତ ଯୋଡିବା ପାଇଁ ଭୂମିଗତ ରାସ୍ତା ନିମନ୍ତେ ଶିଳାନ୍ୟାସ କରିବେ । ଏହାସହିତ ସୂର୍ଯ୍ୟା ପାନୀୟ ଜଳ ପରିଯୋଜନାର ଲୋକାର୍ପଣ ଏବଂ ମେଗା କମନ ଫ୍ୟାସିଲିଟେସନ ସେଣ୍ଟର ‘ ଭାରତ ରତ୍ନମ’ର ଉଦଘାଟନ କରିବେ । ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନିର୍ମାଣ ଏହି ସାମୁଦ୍ରିକ ପୋଲର ନିର୍ମାଣରେ 17,840 କୋଟି ଟଙ୍କା ବ୍ୟୟ ହୋଇଛି । 2016, ଡିସେମ୍ବରରେ ପିଏମ ମୋଦି ଏଥିପାଇଁ ଶିଳାନ୍ୟାସ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
