ଭୁବନେଶ୍ୱର, 11 ଜାନୁଆରୀ (ହି.ସ.) ମାଆ ତାରାତାରିଣୀଙ୍କ ଦର୍ଶନ କଲେ ରାଜ୍ୟପାଳ । ଏନେଇ ରାଜ୍ୟପାଳ ରଘୁବର ଦାସ ସୋସିଆଲ ମିଡିଆ ଏକ୍ସରେ ଫଟୋ ସେୟାର କରି ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟପାଳ କହିଛନ୍ତି ଯେ, ଆଜି ଗଞ୍ଜାମ ଜିଲ୍ଲାରେ ଆଦି ମହାଶକ୍ତି ପୀଠ ମାଆ ତାରାତାରିଣୀଙ୍କ ଦର୍ଶନ ପୂଜନ କରିବାର ସୌଭାଗ୍ୟ ମିଳିଛି । ଆଦି ଶକ୍ତି ସମସ୍ତ ଭକ୍ତଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଆଣୁ ଏହାହିଁ କାମନା କରୁଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
