
ମୁମ୍ବାଇ, ୧୧ ଜାନୁଆରୀ (ହି.ସ.) ନିଜ ସ୍ୱାମୀ ଏବଂ ଝିଅ ସହିତ ମାଲଦୀବ ବୁଲିବାକୁ ଯାଇଥିବା ଅଭିନେତ୍ରୀ ବିପାଶା ବାସୁଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରା ଯାଇଥିବା ଦେଖିବାକୁ ମିଳିଛି ।
ସୋସିଆଲ ମିଡିଆରେ ମାଲଦୀବ ବନାମ ଲାକ୍ଷାଦୀପକୁ ନେଇ ବିବାଦ ସମୟରେ ସେ ଏହି ଫଟୋ ଶେୟାର କରିଥିବା କାରଣରୁ ତାଙ୍କୁ ଟ୍ରୋଲ କରା ଯାଇଛି । କେବଳ ଏତିକି ନୁହେଁ, ବିପାଶା ଉପରେ ଦେଶ ବିରୋଧୀ ଟିପ୍ପଣୀ ମଧ୍ୟ କରାଯାଇଛି । ସୋସିଆଲ ମିଡିଆରେ ତମାମ ନକାରାତ୍ମକତାକୁ ଦେଖି ବିପାଶା ଏବଂ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋବର ମାଲଦୀବର ସମସ୍ତ ଫଟୋ ଡିଲିଟ୍ କରିଦେଇଛନ୍ତି ।
ଉାଲଦୀବର କିଛି ମନ୍ତ୍ରୀ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତିଜନକ ଟିପ୍ପଣୀ କରିଥିଲେ । ଏହାପରେ ସୋସିଆଲ ମିଡିଆରେ ବୟକଟ୍ ମାଲଦୀବର ଟ୍ରେଣ୍ଡ ଚାଲୁରହିଛି । ମନୋରଞ୍ଜନ, ଉଦ୍ୟୋଗ ଏବଂ ଖେଳର ଦିଗ୍ଗଜ ଏବଂ ସାଧାରଣ ଲୋକ ମଧ୍ୟ ଲାକ୍ଷାଦୀପର ପ୍ରଚାର କରିବାକୁ ଲାଗିଛି ।
ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଟିପ୍ପଣୀ ଉପରେ ମାଲଦୀବ ସରକାର ନିଜ ସମ୍ବନ୍ଧିତ ମନ୍ତ୍ରୀମାନଙ୍କୁ ସିଧା ନିଲମ୍ବିତ କରିଦେଇଛନ୍ତି । ତେବେ ସୋସିଆଲ ମିଡିଆରେ ଏବେ ମଧ୍ୟ ମାଲଦୀବ ବିରୋଧରେ ରାଗ ଦେଖିବାକୁ ମିଳୁଛି । ସେଠାରେ ଏ ସମସ୍ତ ବିବାଦ ମଧ୍ୟରେ ବିପାଶା ବାସୁ ଏବଂ କରଣ ସିଂହ ଗ୍ରୋଭର ଝିଅ ସହିତ ମାଲଦୀବରେ ଛୁଟି ଏଞ୍ଜୟ କରୁଥିଲେ ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
…………………………………/ସମନ୍ୱୟ
