ଭୁବନେଶ୍ୱର, 9 ଜାନୁଆରୀ (ହି.ସ.) – ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ପ୍ରତିବାଦ କରିଛି ଅଲ୍ ଓଡ଼ିଶା ଷ୍ଟୁଡେଂଟ ଭଏସ୍ ଛାତ୍ର ସଂଗଠନ । ମଙ୍ଗଳବାର ଦିନ ସଂଗଠନ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ କରାଯାଇଛି । ହସ୍ପିଟାଲ ଲାଇସେନ୍ସ ରଦ୍ଦ ସହ ମାଲିକଙ୍କୁ ତୁରନ୍ତ ଗିରଫ ଦାବିରେ ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାପରେ ଘର ଉପରକୁ ଘନଘନ ଟମାଟୋ ମାଡ଼ କରିଥିଲେ । ପରେ ହାଇଟେକ୍ ମାଲିକ ତିରୁପତି ପାଣିଗ୍ରାହୀଙ୍କ ଫଟୋ ଚିତ୍ର ମଧ୍ୟ ପୋଡିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
