କୁଚବିହାର, ୫ ଜାନୁଆରୀ (ହି.ସ.)- ଉତର ୨୪ ପ୍ରଗଣାର ସନ୍ଦେଶଖାଲିରେ ତୃଣମୂଳ ନେତାଙ୍କ ଘରେ ଚଢ଼ଉ କରିବାକୁ ଯାଇଥିବା ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତୀୟ ଜନତା ପାର୍ଟି (ଭାଜପା) ତୀବ୍ର ପ୍ରତିକ୍ରିୟା ରଖିଛି । ଦଳର ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର କହିଛନ୍ତି ଯେ, ଏହା ପ୍ରମାଣିତ ହୋଇଛି ଯେ, ସମ୍ପୃକ୍ତ ଅଂଚଳରେ ରୋହିଙ୍ଗିଆ ଅଛନ୍ତି ।
ଶୁକ୍ରବାର କୁଚବିହାରରେ ପହଂଚିଥିବା ସୁକାନ୍ତ ମଜୁମଦାର ସେଠାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ କଥାବାର୍ତା ବେଳେ କହିଛନ୍ତି ଯେ, ଇଡି ଅଧିକାରୀ ମାନଙ୍କ ଉପରେ ଆକ୍ରମଣ ଘଟଣାରୁ ପୁଣି ଥରେ ଏହା ପ୍ରମାଣିତ ହୋଇଛି ଯେ, ସମ୍ପୃକ୍ତ ଅଂଚଳରେ ରୋହିଙ୍ଗିଆଙ୍କ ଉପସ୍ଥିତି ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ରାସନ ଦୁର୍ନୀତି ମାମଲାରେ ଇଡିର ଟିମ୍ ଶୁକ୍ରବାର ଚଢ଼ଉ କରିବାକୁ ଉତର ଚବିଶ ପ୍ରଗଣାର ସନ୍ଦେଶଖାଲି ସ୍ଥିତ ତୃଣମୂଳ ନେତାଙ୍କ ଘରେ ଚଢ଼ଉ କରିବାକୁ ପହଂଚିଥିଲା । କିନ୍ତୁ, ଇଡିର ଟିମ୍ କୁ ସେଠାରେ ଗ୍ରାମବାସୀ ମାନେ ଘେରାଉ କରିଥିଲେ । ସେମାନେ ଅଧିକାରୀ ମାନଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳର ଗାଡିକୁ ଭଙ୍ଗାରୁଜା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
